ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରୀଲଙ୍କାରେ ହେବ ରାଷ୍ଟ୍ରପତି ନିର୍ବାଚନ। ପ୍ରଥମଥର ଲାଗି ଶ୍ରୀଲଙ୍କାରେ ପରୋକ୍ଷରେ ହୋଇଛି ରାଷ୍ଟ୍ରପତି ନିର୍ବାଚନ। ସିକ୍ରେଟ ବାଲଟ ମାଧ୍ୟମରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ପଦବୀ ପାଇଁ ଏଥର ତ୍ରିମୁଖୀ ଲଢ଼େଇ ହୋଇଛି। ରାଷ୍ଟ୍ରପତି ରେସରେ ରହିଛନ୍ତି ବର୍ତ୍ତମାନର କାମଚଳା ରାଷ୍ଟ୍ରପତି ରନିଲ ବିକ୍ରମସିଙ୍ଘେ, ଡୁଲାସ ଆଲାପେରୁମା ଓ ଅନୁରା କୁମାର ଦିସାନାୟକେ। ଉଭୟ, ଦୁଲ୍ଲାସ ଆଲାପରୁମା ଓ ଅନୁରା କୁମାର ଦିସାନାୟକେଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ଶ୍ରୀଲଙ୍କା ସାଂସଦ।

ଆଜି ଶ୍ରୀଲଙ୍କା ପାଇବ ନୂଆ ରାଷ୍ଟ୍ରପତି। ଦେଶବାସୀଙ୍କ ତୀବ୍ର ବିରୋଧ ପରେ ଦେଶଛାଡ଼ି ପଳାୟନ କରିଥିବା ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେଇଥିଲେ। ଶ୍ରୀଲଙ୍କାର ପ୍ରମୁଖ ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା ରାଷ୍ଟ୍ରପତି ରେସରୁ ଓହରି ଯାଇଛନ୍ତି। ଆଲାପେରୁମାଙ୍କୁ ସମର୍ଥନ କରିବା ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯାଇଥିବା ଜଣାପଡ଼ିଛି। ୨୨୫ ସଦସ୍ୟ ଥିବା ଶ୍ରୀଲଙ୍କା ପାର୍ଲାମେଣ୍ଟ ଆଜି ନୂଆ ରାଷ୍ଟ୍ରପତି ବାଛିବ।

ନବନିର୍ବାଚିତ ରାଷ୍ଟ୍ରପତି ଆସନ୍ତା ୨୦୨୪ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ।୧୧୩ଟି ଭୋଟ ପାଇଲେ ରେସରେ ଥିବା ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯିବ।

Tags: #Politics #SriLankaPolitics #President #PresidentElection

Comment