ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ଆରଏମଆରସିରେ ମଙ୍କିପକ୍ସ ନମୁନା ପରୀକ୍ଷଣ ହେବ। ଏ ନେଇ ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ମଙ୍କିପକ୍ସ ନମୁନା ପରୀକ୍ଷଣ ନିମନ୍ତେ ଆରଏମଆରସିରେ ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ ରହିଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିରୁ କେବଳ କିଟ୍ ଅଣାଯାଇ ନମୁନା ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ମଙ୍କିପକ୍ସ ନମୁନା ପରୀକ୍ଷା ନିମନ୍ତେ ଅନୁମତି ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। ଚଳିତ ମାସ ଭୁବନେଶ୍ୱରରେ ମଙ୍କିପକ୍ସ ପରୀକ୍ଷଣ ଆରମ୍ଭ ହେବାର ସମ୍ଭବାନା ରହିଥି ଡାକ୍ତର ସଂଘମିତ୍ରା ପତି କହିଛନ୍ତି।

ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି। ବିଦେଶ ଫରନ୍ତା ବିଦେଶ ଫେରନ୍ତାଙ୍କ ତାଲିକା କେନ୍ଦ୍ରକୁ ମଗାଯାଇଛି। ଜିଲ୍ଲାସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଖୁବ୍ ଶୀଘ୍ର ମଙ୍କିପକ୍ସ ନେଇ ଏସଓପି ଜାରି କରିବ।

Tags: #Health #Awarness #Monkeypox #Bhubaneswar #TestingLab

Comment