ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ଗର୍ଭଗୃହ ରତ୍ନ ସିଂହାସନ ନିକଟରେ ଏକ ପଥର ଖଣ୍ଡ ମଙ୍ଗଳବାର ଦିନ ଖସି ପଡ଼ିଥିଲା। ଏହା ପଥରକି ପ୍ଲାଷ୍ଟର ସେ ନେଇ ଚର୍ଚ୍ଚା ହେବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ଏହା ପଥର ନୁହେଁ ବରଂ ପ୍ଲାଷ୍ଟର ବୋଲି ଜିଲ୍ଲାପାଳ କହିଛନ୍ତି।

ଏ ନେଇ ବୁଧବାର ଦିନ ଦେଉଳ କମାଣ୍ଡର ରିପୋର୍ଟ ଦାଖଲ କରିବେ। ଏହା ସହିତ ଏଏସଆଇକୁ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଏଏସଆଇ ଏବଂ ବିଶେଷଜ୍ଞ ଟିମ୍ ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରିବା ପରେ ମରାମତି କାର୍ଯ୍ୟ କରାଯାଇଥିଲା। ମରାମତି ସତ୍ତ୍ଵେ କେମିତି ପ୍ଲାଷ୍ଟର ଖସିଲା ବୋଲି ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

Tags: #Srimandir #Plaster #GarbhaGruha

Comment