ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଦିନ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ବିଷ୍ଣୁପଦ ସେଠୀଙ୍କୁ ନୂଆ ଦାୟିତ୍ୱ ମିଳିଥିବାବେଳେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରବିନ୍ଦ ପାଢ଼ିଙ୍କୁ ମିଳିଛି ବଡ଼ ଦାୟିତ୍ୱ। ନୂଆ ଦାୟିତ୍ୱ ପାଇଥିବା ଅରବିନ୍ଦ ପାଢ଼ିଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ସଚିବ ଭାବେ ନିଯୁକ୍ତି ମିଳିଛି। ସେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।

ସେହିପରି ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ସେପଟେ ସଞ୍ଜୟ କୁମାର ସିଂଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। କେବଳ ସେତିକି ନୁହେଁ ସଞ୍ଜୟ ସିଂ ଆଇଆଣ୍ଡପିଆର ସଚିବ, ବିଡିଏ ଭିସି ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିବେ। ଏହା ସହିତ ଅସ୍ୱଥୀ. ଏସଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଭାବେ ନିଯୁକ୍ତ କରାଯାଇଛି।

Tags: #IASOfficers #StateIAS #Reshuffle #OdishaGovt

Comment