ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବା ସହ ସେହି ତୁଳନାରେ ଯାନବାହନ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ଲୋକଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼ୁଛି। ତେଣୁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଟ୍ରାଫିକ ସମସ୍ୟାର ଗୁରୁତ୍ଵକୁ ଉପଲବ୍ଧି କରି ବୁଧବାର ଦିନ ବଡ଼ି ଭୋରରୁ ସ୍ଥିତି ଅନୁଧ୍ୟାନ କରିବା ଲାଗି ପ୍ରମୁଖ ଛକଗୁଡ଼ିକରେ ପହଞ୍ଚି ଥିଲେ ୫-ଟି ସଚିବ ଭି କେ ପାଣ୍ଡିଆନ। ଭୁବନେଶ୍ୱରର ଶିଶୁ ଭବନ ଛକ, ରବି ଟକିଜ ଛକ, କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ଼ ଛକ ଓ ଆଇଗିଣିଆ ଛକ ଆଦି ବୁଲି ଦେଖିଛନ୍ତି ଭି କେ ପାଣ୍ଡିଆନ।

ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଶାସନ ଏବଂ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାରେ କିପରି ଉନ୍ନତି ଆସିବ ସେ ସମ୍ପର୍କରେ ୫-ଟି ସଚିବ ଆଲୋଚନା କରିଥିଲେ। ଏହି ପରିଦର୍ଶନ ବେଳେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ କମିଶନର ଡକ୍ଟର ଉମାଶଙ୍କର ଦାଶ, ଡିସିପି ପ୍ରତୀକ ସିଂହ, ପୂର୍ତ୍ତ ବିଭାଗ ସଚିବ ଭି ଭି ଯାଦବ ଏବଂ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

Tags: #Traffic #BhubaneswarTraffic #TrafficProblem #Review #VKPandian

Comment