ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ପାଳନ ହେଉଛି ୭୬ତମ ସ୍ଵାଧୀନତା ଦିବସ। ଏହା ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲରେ ମଧ୍ୟ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଆଜି ନୟାଗଡ଼ ଜିଲ୍ଲା ପୋଲିସ୍ ଟ୍ରେନିଂ ସ୍କୁଲ ପ୍ୟାରେଡ ଗ୍ରାଉଣ୍ଡରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଗୃହ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାର ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଉଷା ଦେବୀ ନିଜ ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ, ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଦେଶ ସ୍ଵାଧୀନ ହେବାରେ ନୟାଗଡ଼ ଜିଲ୍ଲାର ସଂଗ୍ରାମୀମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି। ଏହି ଅବସରରେ ମନ୍ତ୍ରୀ ଜିଲ୍ଲାବାସୀଙ୍କ ସୁଖ ସମ୍ପୃଦ୍ଧି କାମନା କରିବା ସହ ସମସ୍ତଙ୍କୁ ସ୍ଵାଧୀନତା ଦିବସର ଅଭିନନ୍ଦନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଉଷା ଦେବୀଙ୍କ ସହ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ, ଏସପି ଅଲେଖ ଚନ୍ଦ୍ର ପହି, ସ୍ଵାଧୀନତା ସଂଗ୍ରାମୀ, ବହୁ ପ୍ରଶାସନିକ ଅଧିକାରୀ, ବରିଷ୍ଠ ନାଗରିକ ଏବଂ ସାମ୍ବାଦିକ ପ୍ରମୁଖ ଯୋଗ ଦେଇ ୭୬ତମ ସ୍ଵାଧୀନତା ଦିବସକୁ ଉତ୍ସହର ସହ ପାଳନ କରିଥିଲେ। ଚଳିତ ବର୍ଷ କୋଭିଡର ସମସ୍ତ ନିୟମ ପାଳନ କରାଯାଇ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ କରାଯାଇଛି।

Tags: #Nayagarh #IndependenceDay #Celebration #UshaDevi #AjadiKaAmrutMahostav

LEAVE A REPLY

Please enter your comment!
Please enter your name here