ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରଠାରେ ଓଡ଼ିଆ ଉଇକିଆଳିଙ୍କ ଦ୍ୱାରା ଦୁଇଦିନିଆ ଉଇକିମାନିଆ ଭୁବନେଶ୍ୱର ୨୦୨୨ ମେଳଣ ଉଦଘାଟିତ ହୋଇଯାଇଛି। ମେଳଣରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ମନୋଜ କୁମାର ମିଶ୍ର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉଇକିମିଡିଆ ଫାଉଣ୍ଡେସନ୍‌ର ମାନବପ୍ରୀତ୍ କୌର୍ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

ଦୁଇ ଦିନିଆ ଉଇକିମାନିଆ ମେଳଣରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଓ ସାନ୍ତାଳୀ ଉଇକିଆଳିମାନେ ଯୋଗ ଦେଇ ଓଡ଼ିଆ ଉଇକିପିଡିଆ ଜରିଆରେ ଓଡ଼ିଆ ଭାଷା ତଥା ସଂସ୍କୃତି ଲୋକଲୋଚନକୁ ଆଣିବାକୁ ଆହ୍ଵାନ କରିଥିଲେ। ଏହା ସହିତ ସାନ୍ତାଳୀ ଉଇକିଆଳିଙ୍କ ସମସ୍ୟା ଓ ଏହାର ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଉଇକିମିଡିଆ ଫାଉଣ୍ଡେସନ୍ ପରିଚାଳିତ ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା ହୋଇଥିଲା।

Tags: #Knowledge #Wikipedia #Wikimania #program #Bhubaneswar

Comment