ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଚର୍‌ ଫିଲ୍ମ ‘ଏଡିୟୁ ଗୋଦାର’। ବିଶ୍ୱର ଅନେକ ପ୍ରତିଷ୍ଠିତ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ପରେ ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ର ଦର୍ଶକ ଦେଖିବାର ସୁଯୋଗ ପାଇବେ।

ସେପ୍ଟେମ୍ବର ୨ ତାରିଖରେ ‘ଏଡିୟୁ ଗୋଦାର’ ସର୍ବଭାରତୀୟସ୍ତରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, କୋଲକାତା ଓ ମୁମ୍ବାଇରେ ଏହାକୁ ଦର୍ଶକ ଦେଖିବାକୁ ପାଇବେ। ସ୍ୱସ୍ତିକ ଆର୍ଟ ହାଉସ୍‌ ବ୍ୟାନରରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ଜାତୀୟ  ଓ ଅନ୍ତର୍ଜାତୀୟସ୍ତରର ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ କରି ପୁରସ୍କୃତ ହୋଇଛି।

ଇଣ୍ଡିଆନ୍‌ ସିନେମା ସେକ୍ସନ୍‌ ପ୍ରତିଯୋଗିତାରେ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି। ଜାତୀୟ ପୁରସ୍କାରପ୍ରାପ୍ତ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏହି ଫିଲ୍ମର ରଚନା ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି।

ଭାରତ ଓ ଫ୍ରାନ୍ସ ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ର ଓଡ଼ିଶାରେ ସୁଟିଂ କରାଯାଇଛି। ତେବେ ଓଡ଼ିଆ ଚଳଚ୍ଚିତ୍ରରୁ ଦର୍ଶକ ମୁହଁ ଫେରାଇ ନେଉଥିବାବେଳେ ଏହା ଦର୍ଶକଙ୍କୁ ଭିନ୍ନ ଧରଣର ଅନୁଭୂତି ଦେବ ବୋଲି ନିର୍ମାତା ଆଶା ରଖିଛନ୍ତି।

କିମ୍ବଦନ୍ତୀ ଫ୍ରାନ୍ସ ଚଳଚ୍ଚିତ୍ର ନିର୍ମାତା ଜିନ୍‌ ଲୁକ୍‌ ଗୋଦାରଙ୍କ ପ୍ରତି ଏହା ଏକ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଓଲିଉଡର ବରିଷ୍ଠ ଅଭିନେତା ଚୌଧୁରୀ ବିକାଶ ଦାସଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

ଅନ୍ୟାନ୍ୟ ଭୂମିକାରେ ଦୀପନ୍ୱିତ ଦାଶମହାପାତ୍ର, ସୁଧାରଶ୍ରୀ ମଧୁସ୍ମି­ତା, ସ୍ୱସ୍ତିକ ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ, ଶଙ୍କର ବାସୁ ମଲ୍ଲିକ, ଅଭିଷେକ ଗିରି, ଶ୍ୱେତପଦ୍ମା ଶତପଥୀ ଏବଂ ଡକ୍ଟର ବନିକାନ୍ତ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି । କିଶଳୟ ରଏ ଏବଂ ରୂପମ୍‌ ଇସ୍‌ଲାମ୍‌ ଏହି ଫିଲରେ ଓଡ଼ିଆ ଗୀତ ସଂରଚନା କରିଛନ୍ତି।

Tags: #Odiafeaturefilm #adieuGodard #cinemahall #JeanLucGodard #FrenchSwissfilmdirector #ollywood #actorchoudhurybikashdash

Comment