ଓଡ଼ିଶାଲାଇଭ୍ ବ୍ୟୁରୋ

ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ଲିଖିତ ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବ। ଏନେଇ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ୩ଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୯ଟାରୁ ୧୦ ଟା ପର୍ଯ୍ୟନ୍ତ ପେପର୍-୧ (ଜେନେରାଲ ଆୱାରନେସ) ପରୀକ୍ଷା ଅନୁଷ୍ଠିତ ହେବ। ୧୧ଟା ୩୦ରୁ ୧ଟା ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟରେ ପେପର-୨(ରିଜନିଂ ଆଣ୍ଡ ମେଣ୍ଟାଲ ଆବିଲିଟି ଏବଂ ମ୍ୟାଥମେଟିକ୍ସ)ରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ତୃତୀୟ ପର୍ଯ୍ୟାୟରେ ଦିନ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ପେପର୍-୩ ଅଧୀନରେ ଭାଷା (ଇଂରାଜୀ ଓ ଓଡ଼ିଆ) ପରୀକ୍ଷା ଅନୁଷ୍ଠିତ ହେବ।

ଗତ ୨୧ ତାରିଖରେ ହେବାକୁ ଥିବା ଏହି ପରୀକ୍ଷାକୁ ରାଜ୍ୟରେ ସୃଷ୍ଟି ହୋଇଥିବା ଜଟିଳ ବନ୍ୟା ପରିସ୍ଥିତି ପାଇଁ ସ୍ଥଗିତ ରଖାଯାଇଥିଲା।

ତେବେ ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଏଏସଓ ପଦବୀ ମଧ୍ୟରୁ ଏସଇବିସି ବର୍ଗ ପାଇଁ ୬୨ଟି ପଦବୀ ସଂରକ୍ଷିତ ରହିଥିବାବେଳେ ଅନୁସୂଚିତ ଜାତିଙ୍କ ପାଇଁ ୧୦୯ ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ୧୭୮ଟି ପଦବୀ ସଂରକ୍ଷିତ ରହିଛି। ୨୬୫ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ୪୪୭ଟି ପଦବୀ ଅଣସଂରକ୍ଷିତ ରହିଛି।

Tags: #Examination #ASOExam #ASO #OPSC #writtenexam2022

Comment