ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟତା ସହ ସମସ୍ତ ପଦପଦବୀରୁ ସେ ଆଜି ଇସ୍ତଫା ଦେଇଛନ୍ତି। ଗୁଲାମନବୀ ଆଜାଦ ୫ ପୃଷ୍ଠା ସମ୍ବଳିତ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରଦାନ କରିଥିବା ସୂଚନା ରହିଛି।

ଦୀର୍ଘ ଦିନ ହେଲା ଗୁଲାମନବୀ ଆଜାଦ ଦଳ ଉପରେ ଅସନ୍ତୁଷ୍ଟ ଥିଲେ। ଅସନ୍ତୁଷ୍ଟତା କାରଣରୁ ସେ ଦଳ ଛାଡ଼ିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଅଗଷ୍ଟ ୧୭ ତାରିଖରେ ଗୁଲାମନବୀ ଆଜାଦ କଂଗ୍ରେସର ପ୍ରଚାର ସମିତିରୁ ଇସ୍ତଫା ଦେଇଥିଲେ।

କଂଗ୍ରେସର ୨୩ ଜଣିଆ ଅସନ୍ତୁଷ୍ଟ ନେତାଙ୍କ ଟିମରେ ସାମିଲ ଥିଲେ ଗୁଲାମନବୀ ଆଜାଦ। ଏହି ଅସନ୍ତୁଷ୍ଟ ଟିମ ବିଭିନ୍ନ ପ୍ରସଂଗକୁ ନେଇ ଦଳରେ କିଛି ପରିବର୍ତ୍ତନ ଆଣିବାକୁ ଦୀର୍ଘ ଦିନରୁ ଦାବି କରିଆସୁଥିଲେ। କୁହାଯାଉଛି ଗୁଲାମ ନବୀ ଆଜାଦଙ୍କୁ ଅଭିଯାନ ସମିତି ଅଧ୍ୟକ୍ଷ ନିଯୁକ୍ତ କରାଯିବାର କିଛି ଘଣ୍ଟା ପରେ ହିଁ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ। ଗୁଲାମନବୀଙ୍କ ପୂର୍ବରୁ ଦଳର ଅନ୍ୟ ଜଣେ ବରିଷ୍ଠ ନେତା କପିଲ ସିବ୍ବଲ ମଧ୍ୟ ଅସନ୍ତୁଷ୍ଟ କାରଣରୁ ଦଳ ଛାଡ଼ିଥିଲେ।

Tags: #Politics #IndianPolitics #Congress #Resigns #GulamanabiAzad

Comment