ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ମନ୍ତ୍ରାଳୟ ଏବଂ ଏଆଇସିଟିଇ ଆନୁକୂଲ୍ୟରେ ସ୍ମାର୍ଟ ଇଣ୍ଡିଆ ହାକାଥନର ହାର୍ଡୱେର୍ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ହାକାଥନର ଶେଷ ପର୍ଯ୍ୟାୟ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

ମୋଟ ୧୨୬ ଜଣ ଛାତ୍ର ଏବଂ ପରାମର୍ଶଦାତାଙ୍କୁ ନେଇ ଗଠିତ ୨୧ଟି ଦଳ ଏହି ହାକାଥନରେ ଭାଗ ନେଇଥିଲେ। ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ ଦ୍ୱାରା ଦିଆଯାଇଥିବା ୫ଟି ସମସ୍ୟାର ସମାଧାନର ଉପାୟ ଖୋଜିବାରେ ସଫଳ ହୋଇଥିବା ୬ଟି ଦଳକୁ ବିଜୟୀ ଘୋଷଣା କରାଯାଇଥିଲା।

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡି. ଏନ୍ ରାଓ ହାକାଥାନରେ ବିଜୟୀ ଦଳମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସର ବିଶିଷ୍ଟ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏହି ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଏବଂ ଅନ୍ୟ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।

Tags: #CenturionUniversity #smartindiahackathon #AICTE

Comment