ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୨୦୨୨ ଶିକ୍ଷାବର୍ଷ ପାଇଁ ନାମଲେଖା ଅବଧିକୁ ଇଗ୍ନୋ କର୍ତ୍ତୃପକ୍ଷ ବୃଦ୍ଧି କରିଛନ୍ତି। ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୨ ତାରିଖକୁ ଏହି ଅବଧି ବୃଦ୍ଧି କରାଯାଇଛି। ଇଚ୍ଛୁକ ବ୍ୟକ୍ତିମାନେ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଇଗ୍ନୋ ଓ୍ଵେବସାଇଟରେ ଆବେଦନ କରିପାରିବେ। ଇଗ୍ନୋରେ ଚଳିତ ବର୍ଷ ନୂତନ କରି ୩୭ଟି ବିଷୟ ଆରମ୍ଭ କରାଯାଇଛି।

ଏଥିରେ ଏଆଇସିଟିଇ ସ୍ୱୀକୃତିପ୍ରାପ୍ତ ଏମବିଏ ଓ ଏମସିଏ ମଧ୍ୟ ରହିଛି। ନୂତନ ଶିକ୍ଷାନୀତି ଅନୁଯାୟୀ ଜଣେ ବ୍ୟକ୍ତି ଦୁଇଟି ବିଷୟରେ ଡ଼ିଗ୍ରୀ ହାସଲ କରିପାରିବେ। ଏହାର ସମସ୍ତ ତଥ୍ୟ ଇଗ୍ନୋ ଓ୍ଵେବସାଇଟରୁ ଡାଉନଲୋଡ କରାଯାଇପାରିବ। ତେବେ ଅଧିକ ସୂଚନା ପାଇଁ ଭୁବନେଶ୍ଵରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ସହ ଯୋଗାଯୋଗ କରିପାରିବେ ବୋଲି ଆଞ୍ଚଳିକ କେନ୍ଦ୍ର ବରିଷ୍ଠ ନିର୍ଦ୍ଦଶେକ ଡ଼କ୍ଟର ସୁରେଶ କୁମାର ତ୍ରିପାଠୀ କହିଛନ୍ତି।

Tags: #IGNOU #Admission2022 #MBA #MCA #AICTE

Comment