ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁଜିସି ଓ ଏଆଇସିଟିଇ ବନ୍ଦ ହେବ। ତା’ ଜାଗାରେ ଆସିବ ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ। ଆସନ୍ତା ମାସରେ ଏ ସଂକ୍ରାନ୍ତରେ ଏକ କ୍ୟାବିନେଟ ପ୍ରସ୍ତାବ ରଖାଯିବ ବୋଲି ଜଣାପଡିଛି। ୟୁଜିସି ଓ ଏଆଇସିଟିଇକୁ ଏହି ନୂଆ ଆୟୋଗରେ ମିଶାଇ ଦିଆଯିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ପକ୍ଷରୁ ଏହି ସୂଚନା ଦେଇଛନ୍ତି ଜଣେ ଅଧିକାରୀ।

ଗତ ବର୍ଷ ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। କୁହାଯାଇଥିଲା ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏବଂ  ନିଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦକୁ ନିରସ୍ତ୍ର କରି ଦିଆଯିବ। ଏ ସଂକ୍ରାନ୍ତରେ ମନ୍ତ୍ରାଳୟ ପକ୍ଷରୁ ପବ୍ଲିକ ଡମେନରେ ମତାମତ ବି  ମଗାଯାଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା। ନୂଆ ଆୟୋଗ ପ୍ରତିଷ୍ଠା ହେବା ପରେ ସେହି ଦୁଇଟି ସଂସ୍ଥା ଅକାମି ହୋଇପଡ଼ିବ। ପ୍ରତିଷ୍ଠା ହେବାକୁ ଯାଉଥିବା ଉଚ୍ଚ ଶିକ୍ଷା ଆୟୋଗର ଉଦ୍ଦେଶ୍ୟ ହେଉଛି ଦେଶର ଉଚ୍ଚ ଶିକ୍ଷାକୁ ଗୁଣାତ୍ମକ କରିବା ଓ ଶିକ୍ଷାର ସ୍ତରକୁ ଉନ୍ନୀତ କରିବା।

Comment