ଓଡ଼ିଶାଲାଇଭ୍ ବ୍ୟୁରୋ

job

ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଇଗ୍ନୋର ବିଭିନ୍ନ ଶାଖାରେ ଖାଲିଥିବା ୨୦୦ଟି ଜୁନିୟର ଆସିଷ୍ଟାଣ୍ଟ ତଥା ଟାଇପିଷ୍ଟ ପଦବୀ ପାଇଁ ନାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ବାହାରିଛି। ଏହି ପଦବୀ ପାଇଁ ମାସିକ ୨୦ ହଜାରରୁ ୬୦ ହଜାର ଟଙ୍କା ଯାଏଁ ଦରମା ମିଳିବ।

ଇଗ୍ନୋର ଏହି ପଦବୀର ପରୀକ୍ଷା ଲାଗି ଏବେ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ଏପ୍ରିଲ ୨୦। ଯଦି ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଜୁନିୟର ଆସିଷ୍ଟାଣ୍ଟ ତଥା ଟାଇପିଷ୍ଟ – ୨୦୦

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୨୭ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ପ୍ରାର୍ଥୀମାନେ ଅତି କମରେ ଯୁକ୍ତ ୨ ପାସ କରିଥିବା ଆବଶ୍ୟକ
  • ସେମାନେ ପ୍ରତି ମିନିଟରେ ଇଂରାଜୀରେ ୪୦ଟି ଓ ହିନ୍ଦୀରେ ୩୫ଟି ଶବ୍ଦ ଟାଇପ୍ କରିପାରୁଥିବା ଆବଶ୍ୟକ

ଏହି ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ୫ ବର୍ଷ ଛାଡ଼ ମିଳିବ। ଏହା ବ୍ୟତୀତ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ୧୦ ବର୍ଷର ବୟସ ରିହାତି ଦିଆଯିବ।

ଆବେଦନ ଶୁଳ୍କ

  • ଅଣସରଂକ୍ଷିତ ବର୍ଗର ପ୍ରାର୍ଥୀ – ୧୦୦୦ ଟଙ୍କା
  • ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀ – ୬୦୦ ଟଙ୍କା
  • ଭିନ୍ନକ୍ଷମ ପ୍ରାର୍ଥୀ – ମାଗଣା  

କେମିତି କରିବେ ଆବେଦନ

  • ଇଗ୍ନୋର ୱେବସାଇଟ୍ ignourecruitment.nta.nic.in କୁ ଯାଆନ୍ତୁ
  • ୱେବସାଇଟ୍  ଭିତରେ ‘କ୍ୟାରିୟର’ ଅପ୍ସନକୁ କ୍ଲିକ କରନ୍ତୁ
  • ସେଠାରେ ‘ଲଗ ଇନ’ କରି ରେଜିଷ୍ଟ୍ରେଶନ କରନ୍ତୁ
  • ଏହାପରେ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

 

ନାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏହି ପରୀକ୍ଷା କେବେ ହେବ, ସେନେଇ ଇଗ୍ନୋ ଏବଂ ନାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଇଗ୍ନୋ ୱେବସାଇଟରେ ଉପଲବ୍ଧ।

Tags: #IGNOU #JuniorAssistant #NationalTestingAgency #Employment #Examination

Comment