ଓଡ଼ିଶାଲାଇଭ୍ ବ୍ୟୁରୋ

ଦଶମ ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲ (ଆରଏଫ୍ଏଫ୍-୨୦୨୨)ରେ ଓଡ଼ିଆ ଚଳଚ୍ଚିତ୍ରକୁ ସଫଳତା ମିଳିଛି। ଓଡ଼ିଆ ଚଳଚ୍ଚିତ୍ର ‘ରାତି ସରି ସରି ଯାଉଛି’ ୮ଟି ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛି। ନିର୍ମାତା ଅନୁପମ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି।

୨୦୨୧ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଲେଖକ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ, ଶ୍ରେଷ୍ଠ ଗାୟକ ପୁରୁଷ, ଶ୍ରେଷ୍ଠ ସିନେମାଟୋଗ୍ରାଫର ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଶ୍ରେଣୀ ପାଇଁ ମନୋନୀତ ହୋଇଛି।

ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ‘ରାତି ସରି ସରି ଯାଉଛି’ ୯୦ ଦଶକର ଏକ ପ୍ରେମୀ ଯୁଗଳଙ୍କ କାହାଣୀ ଉପରେ ଆଧାରିତ। ଏହି ପ୍ରେମୀଯୁଗଳ କିନ୍ତୁ ବିବାହ କରିପାରନ୍ତି ନାହିଁ। ସମ୍ପର୍କର ଅନେକ ବର୍ଷ ପରେ ସେମାନଙ୍କ ଜୀବନ ଏକ ନୂଆ ମୋଡ଼ ନିଏ ଏବଂ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳେ। ଏପରି ଏକ ରୋମାଞ୍ଚଭରା ପ୍ରେମକାହାଣୀକୁ ନେଇ ଚଳଚ୍ଚିତ୍ର ଗତିଶୀଳ ହୋଇଛି।

ଚଳଚ୍ଚିତ୍ରରେ ରାଜ ରାଜେଶ ଏବଂ ରିୟା ଦେ ଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ରାଇମୋହନ ପରିଡ଼ା, ଜୀବନ ପଣ୍ଡା, ନିବି, ଅନିନ୍ଦ୍ୟ, ମାଷ୍ଟର ସମ୍ପର୍କ ମିଶ୍ର ଏବଂ ସୁକାନ୍ତ ରଥ ପ୍ରମୁଖଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିଥିଲା।

Tags: #RajRajesh #10thRFF2022 #RajasthanFilmFestival #RatiSariSariJauchi #AnupamPattanaik #film2021 #RaiMohanParida #OLLYWOOD #OdiaFilm

Comment