ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ୧୧ ଜଣ ଓଏଏସଙ୍କୁ ବଦଳି କରାଯାଇଛିଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କ୍ରମରେ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଅତିରିକ୍ତ କମିଶନରୁ ଭୁବନେଶ୍ୱରର କନସୋଲିଡେସନ ଆଣ୍ଡ ସେଟେଲମେଣ୍ଟର କମିଶନର ଭାବେ ବଦଳି କରାଯାଇଛି।

ସେହିପରି ବ୍ରଜ ଗୋପାଳ ଆଚାର୍ଯ୍ୟଙ୍କୁ ଓଏସଆରଟିସିରୁ ଏଫ ଆଣ୍ଡ ଏଆରଡି ବିଭାଗକୁ ବଦଳି କରାଯାଇଛି। ଆରାଧନା ଦାସଙ୍କୁ ଓଡିଶା ଷ୍ଟେଟ ହାଉସିଂ ବୋର୍ଡ ଭୁବନେଶ୍ୱରରୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

ଅନ୍ୟପଟେ ସ୍ମିତା ବିଶ୍ୱାଳଙ୍କୁ ହେଲଥ୍ ଆଣ୍ଡ ଏଏପଡି ବିଭାଗର ଅତିରିକ୍ତ ସଚିବରୁ ବୋର୍ଡ ଅଫ ରେଭିନ୍ୟୁର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ବିଶିକେନ ଦେହୁରୀଙ୍କୁ ହେଲଥ୍ ଆଣ୍ଡ ଏଫଡବ୍ଲ୍ୟୁ ବିଭାଗର ଅତିରିକ୍ତ ସଚିବରୁ, ରାଜ୍ୟ ସଡକ ପରିବହନ ନିଗମକୁ ବଦଳି, ରଶ୍ମିତୀ ରାଣୀ ତରସିଆଙ୍କୁ ଅତିରିକ୍ତ ଉପଜିଲ୍ଲାପାଳ ଖୋର୍ଦ୍ଧାରୁ ଓଡିଶା ଷ୍ଟେଟ ହାଉସିଂ ବୋର୍ଡ ଭୁବନେଶ୍ୱରକୁ ବଦଳି କରାଯାଇଛି।

ସେହିପରି ଲଲତ କୁମାର ଲୁହାଙ୍କୁ ଆଇଟିଡିଏ ସୁନ୍ଦରଗଡରୁ ବରଗଡର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଅଭିମନ୍ୟୁ ମାଝିଙ୍କୁ ଆଇଟିଡିଏ ନବରଙ୍ଗପୁରରୁ ପୋନପୋଷ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି। ଅକ୍ଷୟ କୁମାର ରାଉତଙ୍କୁ ବିଡିଓ ଟାଙ୍ଗୀ, ଖୋର୍ଦ୍ଧାରୁ ଉପଜିଲ୍ଲାପାଳ ଖୋର୍ଦ୍ଧାକୁ ବଦଳି , ସୁଶାନ୍ତ କୁମାର ବାରିକଙ୍କୁ ବିଡିଓ ସୋରୋରୁ ଡିଆରଡିଏ ମୟୂରଭଞ୍ଜକୁ ବଦଳି କରାଯାଇଛି। ବେଣୁଧର ସବରଙ୍କୁ ବିଡିଏ ରାମନାଗୁଡାରୁ ଆଇଟିଡିଏ ନବରଙ୍ଗପୁରକୁ ବଦଳି କରାଯାଇଛି।

Tags: #OAS #GAPGD #OdishaGovernment #collector #SubCollector #OSRTC

Comment