ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲା ଭାଲାସାପାକାଲା କେନ୍ଦ୍ରୀୟ ବିଦ୍ୟାଲୟର ୭୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ କୌଣସି କାରଣରୁ ଶ୍ରେଣୀ ଗୃହରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଅସୁସ୍ଥ ହୋଇପଡ଼ିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଡକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆଜି ସ୍କୁଲରେ ପାଠପଢ଼ା ଚାଲିଥିବା ସମୟରେ ହଠାତ ଷଷ୍ଠ ଶ୍ରେଣୀର ୧୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। କିଛି ସମୟ ପରେ ସେମାନେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହା ପରେ ପଞ୍ଚମ ଏବଂ ଷଷ୍ଠ ଶ୍ରେଣୀର ଛାତ୍ରମାନଙ୍କଠାରେ ସମାନ ଲକ୍ଷଣ ଦେଖାଦେବା ସହ ସେମାନେ ଚେତାଶୂନ୍ୟ ହୋଇପଡ଼ିଥିଲେ। 

ଅସୁସ୍ଥ ହୋଇପଡ଼ିଥିବା ୭୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଏବଂ ଅନ୍ୟ ଛାତ୍ରଛାତ୍ରୀ ଡାକ୍ତରଖାନା ନେବାରେ ସହଯୋଗ କରିଥିଲେ। ଡାକ୍ତରଖାନାରେ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଚାଲିଥିବାବେଳେ ଅସୁସ୍ଥତାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୋଲିସ ସ୍କୁଲରେ ପହଞ୍ଚି ଶ୍ରେଣୀଗୃହର ଯାଞ୍ଚ କରିଛି।

Tags: #Vishakhapatnam #KVStudent #Hospital #Treatment

LEAVE A REPLY

Please enter your comment!
Please enter your name here