ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଆଇପି ମୋବାଇଲ ନମ୍ବର ବ୍ୟବହାର କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଥାଏ। ତେବେ ଭିଆଇପିମୋବାଇଲ ନମ୍ବର ପାଇବାକୁ ଅତିରିକ୍ତ ଦେୟ ଦେବାକୁ ପଡ଼ୁଥିବାରୁ ଅନେକ ବ୍ୟବହାରକାରୀ ଏହି ସବୁ ନମ୍ବର ବ୍ୟବହାର କରିପାରନ୍ତି ନାହିଁ।
ଭୋଡାଫୋନ୍ ଆଇଡିଆ ପକ୍ଷରୁ ବ୍ୟବହାରକାରୀଙ୍କ ପାଇଁ ସ୍ଵତନ୍ତ୍ର ସୁଯୋଗ ରହିଛି ଯାହା ଦ୍ୱାରା ଆପଣ ମଧ୍ୟ ମାଗଣାରେ ଭିଆଇପି ମୋବାଇଲ୍ ନମ୍ବର ବ୍ୟବହାର କରିପାରିବେ। ଏହି ସୁବିଧା ଉଭୟ ପ୍ରିପେଡ ଓ ପୋଷ୍ଟପେଡ ମାଧ୍ୟମରେ ବ୍ୟବହାରକାରୀ ପାଇପାରିବେ।ଏହି ସୁବିଧା ପାଇଁ ଉପଭୋକ୍ତାଙ୍କୁ ଭୋଡାଫୋନ୍ ଆଇଡିଆ ଓ୍ଵେବସାଇଟର ସହାୟତା ନେବାକୁ ପଡ଼ିବ।
ଭିଆଇପି ମୋବାଇଲ ନମ୍ବର କ’ଣ
ଯୁବପିଢ଼ୀଙ୍କ ମଧ୍ୟରେ ଭିଆଇପି ମୋବାଇଲ ନମ୍ବର ପାଇବା ପାଇଁ ଆଗ୍ରହ ଦେଖିବାକୁ ମିଳିଥାଏ। ଏହି ମୋବାଇଲ ନମ୍ବରଗୁଡିକ ଅତି ସରଳ ହୋଇଥାଏ। ଯାହାକୁ ଥରେ ଦେଖିଦେଲେ ଆପଣ ମନେ ରଖିଦେଇପାରିବେ। କୌଣସି ଖାତାରେ କିମ୍ବା ମୋବାଇଲରେ ଟିପି ରଖିବାର ଆବଶ୍ୟକତା ପଡ଼େ ନାହିଁ। ତେବେ ଏଥିପାଇଁ ବିଭିନ୍ନ ସିମକାର୍ଡ କମ୍ପାନି ଅତିରିକ୍ତ ଦେୟ ନେଇଥାଏ। ଏପରିକି ଅନେକ ସମୟରେ ଏପରି ଭିଆଇପି ନମ୍ବରର ନିଲାମୀ ମଧ୍ୟ ହୋଇଥାଏ।
କେମିତି ପାଇବେ ଭିଆଇପି ମୋବାଇଲ ନମ୍ବର
୧) ଭିଆଇପି ମୋବାଇଲ ନମ୍ବର ପାଇବା ପାଇଁ ଭୋଡାଫୋନ୍ ଆଇଡିଆ ଅଧିକାରୀକ ଓ୍ଵେବସାଇଟରେ ଆପଣଙ୍କୁ ‘ନ୍ୟୁ କନେକ୍ସନ’ ଉପରେ କ୍ଲିକ୍ କରିବାକୁ ପଡ଼ିବ।
୨) ଏହି ସେକ୍ସନରେ ଆପଣ ‘ଫ୍ୟାନ୍ସି ନମ୍ବର’ କୁ ସିଲେକ୍ଟ କରି ଏକ ନୂଆ ପେଜରେ ପହଞ୍ଚିବେ।
୩) ଏହି ପେଜରେ ଆପଣଙ୍କୁ ପ୍ରିପେଡ କିମ୍ବା ପୋଷ୍ଟପେଡ ବାଛିବାକୁ ହେବ।
୪) ଏହା ପରେ ଆପଣ ନିଜ ଅଞ୍ଚଳର ପିନକୋଡ୍ ଓ ମୋବାଇଲ ନମ୍ବର ଦେବା ସହ ଅପାଣ ନେବାକୁ ଚାହୁଁଥିବା ମୋବାଇଲ ନମ୍ବର ବାଛିପାରିବେ।
୫) ‘ଫ୍ରି’ କିମ୍ବା ‘ପ୍ରିମିୟମ’ ଅପସନ ଭିତରୁ ଗୋଟିକୁ ବାଛିବାକୁ ପଡ଼ିବ। ଯଦି ଆପଣ ‘ପ୍ରିମିୟମ’ ବାଛୁଛନ୍ତି ତେବେ ଏହି ନମ୍ବର ପାଇବା ପାଇଁ ଆପଣଙ୍କୁ ୫୦୦ ଟଙ୍କା ଦେବାକୁ ପଡିବ।
୬) ଯଦି ଆପଣ ‘ଫ୍ରି’ ଅପସନରେ ଏହି ନମ୍ବର ପାଇବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ।
୭) ତେବେ ସିମକାର୍ଡର ନିର୍ଦ୍ଧାରିତ ଦେୟ ଏବଂ ଆପଣଙ୍କ ଠିକଣା ଦେବା ପରେ କମ୍ପାନି ଏହି ସିମକାର୍ଡ ଆପଣଙ୍କ ଘରେ ପହଞ୍ଚାଇଦେବ।
Tags: #PrepaidSIMcard #PostpaidSIMCard #VIPMobileNumber #VodafoneIDEA #PremiumMobilenumber