ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵକପ ଆରମ୍ଭ ହେବ। ଏହି ବିଶ୍ଵକପ ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି ବିସିସିଆଇ। ରୋହିତ ଶର୍ମାଙ୍କ ଅଧିନାୟିକତ୍ଵରେ ଭାରତୀୟ ଟିମ୍ ମୈଦାନକୁ ଓହ୍ଲାଇବ। ଅନ୍ୟପଟେ କେ ଏଲ ରାହୁଲ ଉପଅଧିନାୟକ ହୋଇଛନ୍ତି। ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ୧୫ ଜଣଆ ଟିମରେ ରିଷଭ ପନ୍ଥ ଓ ଦିନେଶ କାର୍ତ୍ତିକ ଓ୍ଵିକେଟ କିପର ରହିବେ।

ଅନ୍ୟପଟେ ଜସପ୍ରୀତ ବୁମରାହ ଓ ହର୍ଷଲ ପଟେଲ୍ ଦଳକୁ ଫେରିଛନ୍ତି। ଶରୀରରେ ଆଘାତ ଲାଗିଥିବା କାରଣରୁ ଉଭୟେ ଅନେକ ଦିନରୁ କ୍ରିକେଟରୁ ଦୂରରେ ଥିଲେ। ତେବେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ପାଇଁ ଉଭୟ ଫିଟ୍ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ଵୀନି, ଚହଲ, ଅକ୍ଷର ପଟେଲ୍ ଟିମରେ ସାମିଲ ଅଛନ୍ତି। ଏହା ସହିତ ଭୁବନେଶ୍ଵର କୁମାର ଓ ଅର୍ଶଦୀପ ସିଂ ମଧ୍ୟ ସାମିଲ ଅଛନ୍ତି।

Tags: #WorldCup2022 #AustraliaT-20 #BCCI #CaptainRahitSharma

 

Comment