ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମହିଳାମାନଙ୍କ ଯୋନି ସଂକ୍ରମଣ ଏବେ ବଡ଼ ସମସ୍ୟା ପାଲଟିଛି। ଏହି ସମସ୍ୟା ଋତୁସ୍ରାବ ଏବଂ ଗର୍ଭାବସ୍ଥାରେ ଅଧିକ ଦେଖା ଦେଇଥାଏ। ଏହି ସମୟରେ ଅଧିକାଂଶ ମହିଳା ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ଷ୍ଟୋରରୁ ମେଡିସିନ ଆଣି ବ୍ୟବହାର କରିଥାନ୍ତି। ଯାହା ପରବର୍ତ୍ତୀ ସମୟରେ ଆଉ ଏକ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଯୋନି ସଂକ୍ରମଣର ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବା ସହ ଔଷଧ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ର।

ଅଧିକାଂଶ ମହିଳାଙ୍କର ଯୋନି କୁଣ୍ଡାଇ ହେବା, ଲାଲ୍‌ ପଡ଼ିଯିବା, ଧଳାସ୍ରାବ, ଦୁର୍ଗନ୍ଧଯୁକ୍ତ ସ୍ରାବ ଓ ପରିସ୍ରା ପୋଡ଼ା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହି ସମସ୍ତ ସମସ୍ୟା ସଂକ୍ରମଣ କାରଣରୁ ହୋଇଥାଏ। ତେବେ ଏଭଳି ସମସ୍ୟା କାହିଁକି ହୋଇଥାଏ, ଏହାର ଚିକିତ୍ସା ଓ ନିରାକରଣ ବିଷୟରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ‘ସ୍ଵାସ୍ଥ୍ୟପ୍ଲସ ଓଡ଼ିଆ’ର ଏହି ଭିଡିଓରେ।

Tags: #VaginalInfection #Treatment #Remedies #Prevention #Doctor’sTips #DrShilpaMishra

LEAVE A REPLY

Please enter your comment!
Please enter your name here