ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’। ଏହା ପୂର୍ବରୁ ଆଜି ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ର ଫୁଲ୍ ଡ୍ରେସ ଅଭ୍ୟାସ କରାଯାଇଛି।

ବାୟୁସେନାର ବରିଷ୍ଠ ଅଧିକାରୀ ଓ ଡିସିପି କୁଆଖାଇ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ସୂର୍ଯ୍ୟକିରଣ ଏୟାର ସୋ’ ୧୮ରୁ ୨୦ ମିନିଟ ପ୍ରଦର୍ଶନ କରାଯିବ। ଭୂମିର ୫୦୦ରୁ ୧ ହଜାର ଫୁଟ ଉଚ୍ଚରେ ନିଜର କଳା ପ୍ରଦର୍ଶନ କରିବ ବାୟୁସେନା।

ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଏକକାଳୀନ ୯ଟି ବିମାନ ଉଡ଼ିବ। ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲେଖାଏଁ ବିମାନ ଘଣ୍ଟାପ୍ରତି ୧,୬୦୦ କିଲୋମିଟର ବେଗରେ ୨୦୦ରୁ ୩୦୦ ଫୁଟ୍ ଉଚ୍ଚରେ କୌଶଳ ପ୍ରଦର୍ଶନ କରିବେ। ସେପ୍ଟେମ୍ବର ୧୬ ତାରିଖ ଦିନ ୧୦ଟାରୁ ୧୧ଟା ମଧ୍ୟରେ ସୂର୍ଯ୍ୟକରଣ ସୋ’ ପ୍ରଦର୍ଶନ ନିମନ୍ତେ ସମୟ ଧାର୍ଯ୍ୟ ହୋଇଛି। ଏଥର ସୂର୍ଯ୍ୟକିରଣ ଏୟାର ସୋ’ ପ୍ରଦର୍ଶନରେ ବିଶେଷ ଆକର୍ଷଣ ରହିବେ ମହିଳା। ଏହି ସୋ’ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ରହିଛି।

ଏହି ସୋ’ ପରେ ଆସନ୍ତା ୧୮ ତାରିଖରେ ପୁରୀଠାରେ ମଧ୍ୟ ବାୟୁସେନାର ଏୟାର ସୋ’ ଅନୁଷ୍ଠିତ ହେବ। ପୁରୀରେ ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ସୋ’ ଚାଲିବ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Tags: #AirForce #SuryaKiranAirShow #Bhubaneswar #Kuakhai

Comment