ଓଡ଼ିଶାର ଜଣେ ଲୋକପ୍ରିୟ ଗାୟିକା ସୁସ୍ମିତା ଦାସ। ଆଧୁନିକ ଓଡ଼ିଆ ସଙ୍ଗୀତର ଏକ ପରିଚିତ ସ୍ଵର। କବି ମାୟାଧର ମାନସିଂହଙ୍କ କବିତା ଉପରେ ଆଧାରିତ ଆଲବମ୍ ‘ମାୟା ଦର୍ପଣ’ରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା ତାଙ୍କର ପେସାଦାର ସଙ୍ଗୀତ ଜୀବନ। ଆଜି ତାଙ୍କର ଅନେକ ଅଡିଓ ଆଲବମ୍ ଓ ଭିଡିଓ ସଙ୍ଗ୍ ଡିଜିଟାଲ୍ ମିଡିଆ ମାଧ୍ୟମରେ ଶ୍ରୋତା ଓ ଦର୍ଶକମାନଙ୍କ ପାଖରେ ପହଞ୍ଚି ଆଦର ଲାଭ କରିପାରିଛି।

ଓଡ଼ିଶାଲାଇଭ୍ ସହ ଏକ୍ସକ୍ଲ୍ୟୁସିଭ୍ ସାକ୍ଷାତକାର ବେଳେ ଗାୟିକା ସୁସ୍ମିତା ତାଙ୍କ ପିଲାଦିନ, ପରିବାର, ସଙ୍ଗୀତ ସାଧନା ଓ ସଫଳତା ସହିତ ଜୀବନର ବିଭିନ୍ନ ସଂଘର୍ଷର କାହାଣୀ ଖୋଲାଖୋଲି ବର୍ଣ୍ଣନା କରିଛନ୍ତି।

LEAVE A REPLY

Please enter your comment!
Please enter your name here