ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)-୨୦୨୧ ପିଲିମନାରି ପରୀକ୍ଷା ତାରିଖ ଘୋଷଣା ହୋଇଛି। ଆସନ୍ତା ଅକ୍ଟୋବର ମାସ ୧୬ ତାରିଖରେ ଓସିଏସ୍ ପ୍ରିଲିମ ପରୀକ୍ଷା ହେବା ନେଇ ବୁଧବାର ଦିନ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଘୋଷଣା କରାଯାଇଛି। ଏହି ପରୀକ୍ଷା ରାଜ୍ୟର ୫ଟି ଜୋନରେ ଅନୁଷ୍ଠିତ ହେବ। ଏହି ଜୋନଗୁଡ଼ିକ ହେଲା ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁର।

ପରୀକ୍ଷା ତାରିଖ ସହ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। ଏହି ପରୀକ୍ଷା ୨ଟି ସିଟିଂରେ ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ହେବ। ଆଶାୟୀମାନେ ପ୍ରଥମ ସିଟିଂରେ ଜେନେରାଲ ଷ୍ଟଡିଜ ପେପର-୧ରେ ପରୀକ୍ଷା ଦେବେ। ସେହିପରି ଦ୍ଵିତୀୟ ସିଟିଂ ଦିନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସିଟିଂରେ ଜେନେରାଲ ଷ୍ଟଡିଜ ପେପର-୨ରେ ପରୀକ୍ଷା ହେବ। ଏହି ପରୀକ୍ଷାରେ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ଅତିରିକ୍ତ ୪୦ ମିନିଟ ସମୟ ମିଳିବ।

Tags: #Examination #OCSExam #PreliminaryExam #OdishaGovt

Comment