ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବିଭିନ୍ନ ସମୟରେ ଖାଦ୍ୟ ଖାଇବା ପରେ ମଧ୍ୟ ଅଧିକାଂଶ ଲୋକ କୁଳି କରିନଥାନ୍ତି। ଯାହା ଦ୍ଵାରା ବାରମ୍ବାର ଦାନ୍ତ ମୂଳରେ ମଇଳା ଜମା ହୋଇ ଏହା ଦୁର୍ଗନ୍ଧ ହେବା ଆରମ୍ଭ ହୋଇଥାଏ। ଠିକ୍ ସମୟରେ ଏହାର ଚିକିତ୍ସା କରାନଗଲେ ଏହି ସମସ୍ୟା ଆଗକୁ ଆହୁରି ବଢ଼ିବାର ସମ୍ଭାବନା ଥାଏ ବୋଲି କୁହନ୍ତି ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାଶ।

ମୁଖ ଦୁର୍ଗନ୍ଧକୁ ନେଇ ଅଧିକାଂଶ ଲୋକ ଚିନ୍ତିତ ଥାଆନ୍ତି। କାରଣ ଏହା ଦ୍ୱାରା ସେମାନେ କାହା ସହ ଠିକ୍‌ ଭାବେ କଥା ହୋଇପାରନ୍ତି ନାହିଁ, କିମ୍ବା ପାଖରେ ବସା ଉଠା କରିବାକୁ ସହଜ ଅନୁଭବ କରିପାରନ୍ତି ନାହିଁ। ତେବେ କିପରି ପାଟି ଦୁର୍ଗନ୍ଧ ଦୂର କରି ହେବ ଏବଂ କେମିତି ଏହାର ଚିକିତ୍ସା କରାଯିବ ସେ ନେଇ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାଶ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #BadBreath #BadBreathCauses #Doctor #Treatment #Halitosis

Comment