ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତାକୁ ନେଇ ନାସନାଲ ମୁନମେଣ୍ଟ ଅଥରିଟି(ଏନଏମଏ) ର ସୁପାରିସକୁ ବିରୋଧ କରି ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ପ୍ରଶାସନିକ କୋଠାର ଉଚ୍ଚତା ୭.୫୦ ମିଟର ଭିତରେ ରଖିବାକୁ କୁହାଯାଇଥିବାରୁ ଏନଏମଏର ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି ଶ୍ରୀମନ୍ଦିର ପ୍ରଶାସନ। ଗତ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପ୍ରକଳ୍ପ ଉପରେ ଅନେକ ସୁପାରିସ କରିଥିଲା ଏନଏମଏ। ଏଥିରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ବଦଳରେ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ସହ ଉଚ୍ଚତା ୭ମିଟର ୫୦ ସେଣ୍ଟିମିଟର ଭତରେ ରଖିବାକୁ କୁହାଯାଇଥିଲା।

ଏହା ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରଶାସନିକ କୋଠା ନିର୍ମାଣ ସହ ଉଚ୍ଚତା ୧୨.୧୯ ମିଟର ରଖିବାକୁ ଏନଏମଏ ପକ୍ଷରୁ କୁହାଯାଇଥିଲା। ଗ୍ରାଉଣ୍ଡ ଫ୍ଲୋର ସହ ଆଉ ଦୁଇଟି କୋଠା କରିବାକୁ ମଧ୍ୟ ଅନୁମତି ରହିଥିଲା। କିନ୍ତୁ ଏବେ ଦୁଇ ମହଲା କୋଠା କରିବାକୁ କୁହାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତା ବୃଦ୍ଧି କରାଯାଇ ତିନି ମହଲା କରିବାକୁ ଅନୁମତି ପାଇଁ ସଂସ୍କୃତି ବିଭାଗକୁ ଚିଠି ମାଧ୍ୟମରେ ଅବଗତ କରିଛି ଶ୍ରୀମନ୍ଦିର ପ୍ରଶାସନ।

Tags: #ShreeMandira #PuriJagannathTemple #NMA #SheeMandiraAdministration

LEAVE A REPLY

Please enter your comment!
Please enter your name here