ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେଲେ ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ। ବିନା ପ୍ରତିଦ୍ଵନ୍ଦ୍ଵିତାରେ ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ହକି ଇଣ୍ଡିଆର ସଭାପତି ହେବାରେ ଦିଲ୍ଲୀପ ତିର୍କୀ ହେଉଛନ୍ତି ପ୍ରଥମ ଓଡ଼ିଆ ଖେଳାଳି। ଏହି ପ୍ରତିଯୋଗିତାରେ ଥିବା ଦୁଇଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ବିନା ପ୍ରତିଦ୍ଵନ୍ଦ୍ଵିରେ ସେ ସଭାପତି ହୋଇଛନ୍ତି।

ହକି ଇଣ୍ଡିଆର ସଭାପତି ହେବା ପରେ ଦିଲ୍ଲୀପ ତିର୍କୀ ଟୁଇଟ କରି ଏହି ସୂଚନା ଦେବା ସହିତ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଭାରତୀୟ ହକିକୁ ସେ ଶୀର୍ଘରେ ପହଞ୍ଚାଇବାକୁ ଲକ୍ଷ୍ୟ କରିଖିଥିବା କହିଛନ୍ତି। ଦିଲ୍ଲୀପ ତିର୍କୀ ବର୍ତ୍ତମାନ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି। ଏହି ସଫଳତା ପରେ ତାଙ୍କ ପାଖାକୁ ଶୁଭେଚ୍ଛାର ସୁଅ ଛୁଟିଛି।

ବର୍ତ୍ତମାନ ହକି ଇଣ୍ଡିଆର ସଭାପତି ଥିବା ନରିନ୍ଦର ବାତ୍ତ୍ରାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାରୁ ଏହି ପଦବୀ ପାଇଁ ନିର୍ବାଚନ ହେବାର ଥିଲା। ସଭାପତି ପଦବୀ ଲାଗି ଗତ ୧୮ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ। ତାଙ୍କ ସହିତ ଆନ୍ୟ ଦୁଇ ଜଣ ମଧ୍ୟ ଏହି ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆଜି ଶେଷ ଦିନରେ ଦୁଇଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଦିଲ୍ଲୀପ ତିର୍କୀ ନିର୍ଦ୍ଵନ୍ଦ୍ଵରେ ସଭାପତି ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା। ସଭାପତି ପଦବୀ ପାଇଁ ଆସନ୍ତା ଅକ୍ଟୋବର ମାସ ୧ ତାରିଖରେ ନିର୍ବାଚନ ହେବାକୁ ତାରିଖ ଧାର୍ଯ୍ୟ ହୋଇଥିଲା।

ହକି ହିରୋ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ନୂଆ ପିଢ଼ିର ଖେଳାଳିଙ୍କ ପାଇଁ ପଥପ୍ରଦର୍ଶକ ପାଲଟିଛନ୍ତି। ସେ ତାଙ୍କ କ୍ୟାରିୟରରେ ମୋଟ ୪୧୨ଟି ଅନ୍ତର୍ଜାତୀୟ ହକି ମ୍ୟାଚ୍ ଖେଳି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୧୯୯୬ ମସିହାରେ ଆଟଲାଣ୍ଟା, ୨୦୦୦ରେ ସିଡନୀ ଏବଂ ୨୦୦୪ରେ ଏଥେନ୍ସ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଆଜି ବି ତାଙ୍କୁ ଭାରତୀୟ ହକିର ଶ୍ରେଷ୍ଠ ଡିଫେଣ୍ଡର ବୋଲି କୁହାଯାଏ।

Tags: #HockeyIndia #DilipTirkey #HockeyIndiaPresident #Sports #Election

Comment