ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଦିନ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯାଇଛି। ମନ୍ତ୍ରୀ ଏବଂ ବିଧାୟକଙ୍କୁ ବିଭିନ୍ନ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।

କାହା ଭାଗରେ କେଉଁ ଜିଲ୍ଲା?

ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିବାବେଳେ ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବଲାଙ୍ଗୀର ଜିଲ୍ଲା ଦାୟିତ୍ୱ ମିଳିଛି। ସେହିପରି ଅନନ୍ତ ଦାସଙ୍କୁ ବାଲେଶ୍ୱର ଜିଲ୍ଲା ଅଧ୍ୟକ୍ଷ ବୋର୍ଡ ଦାୟିତ୍ୱ ମିଳିଥିବାବେଳେ ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ଼ ଜିଲ୍ଲା, ବ୍ୟୋମକେଶ ରାୟଙ୍କୁ ଭଦ୍ରକ ଜିଲ୍ଲା, ମହିଧର ରଣାଙ୍କୁ ବୌଦ୍ଧ ଜିଲ୍ଲା, ପ୍ରମୋଦ କୁମାର ମଲ୍ଲିକଙ୍କୁ କଟକ ଏବଂ ରାଜେନ୍ଦ୍ର ଢୋଲକିଆଙ୍କୁ ଦେବଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।

ଏହା ସହିତ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ଢେଙ୍କାନାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିବାବେଳେ ଜଗନ୍ନାଥ ସାରକାଙ୍କୁ ଗଜପତି, ପ୍ରଫୁଲ ମଲ୍ଲିକଙ୍କୁ ଗଞ୍ଜାମ, ପ୍ରମିଳା ମଲ୍ଲିକଙ୍କୁ ଜଗତସିଂହପୁର, ସମୀର ରଞ୍ଜନ ଦାଶଙ୍କୁ ଯାଜପୁର, ପ୍ରିତୀ ରଞ୍ଜନ ଘଡ଼ାଇଙ୍କୁ ଝାରସୁଗୁଡ଼ା, ନବ କିଶୋର ଦାସଙ୍କୁ କଳାହାଣ୍ଡି, ଶ୍ରୀକାନ୍ତ ସାହୁଙ୍କୁ କନ୍ଧମାଳ ଏବଂ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ମିଳିଛି।

ସେହିପରି ଜଗନ୍ନାଥ ନାଇକଙ୍କୁ କେନ୍ଦୁଝର, ରାଜେନ୍ଦ୍ର କୁମାର ସାହୁଙ୍କୁ ଖୋର୍ଦ୍ଧା, ରଘୁରାମ ପାଡ଼ାଲଙ୍କୁ କୋରାପୁଟ ଏବଂ ତୁସାରକାନ୍ତି ବେହେରାଙ୍କୁ ମାଲକାନଗିରି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଅଶ୍ଵିନୀ ପାତ୍ରଙ୍କୁ ମୟୂରଭଞ୍ଜ ଜିଲ୍ଲା, ମନୋହର ରନ୍ଧାରୀଙ୍କୁ ନବରଙ୍ଗପୁର, ସତ୍ୟନାରାୟଣ ପ୍ରଧାନଙ୍କୁ ନୟାଗଡ଼, ଟୁକୁନି ସାହୁଙ୍କୁ ନୂଆପଡ଼ା, ନିରଞ୍ଜନ ପୂଜାରୀଙ୍କୁ ପୁରୀ, ଅତନୁ ସବ୍ୟସାଚି ନାୟକଙ୍କୁ ରାୟଗଡ଼ା ଏବଂ ପ୍ରତାପ କେଶରୀ ଦେବଙ୍କୁ ସମ୍ବଲପୁର ଜିଲ୍ଲା ଦାୟିତ୍ୱ ମିଳିଛି।

ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ମିଳିଥିବାବେଳେ ସାରଦା ପ୍ରସାଦ ନାୟକଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।

Tags: #Politics #OdishaPolitics #CMNaveenPatnaik #DistrictPlanningCommittees #Chairperson

Comment