ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ଥାଇରଏଡ ସମସ୍ୟା ସହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଇଥାଏ। ଠିକ୍ ସମୟରେ ଥାଇରଏଡର ଚିହ୍ନଟ କରାଯାଇ ଚିକିତ୍ସା କରାନଗଲେ ଆଗକୁ ଏହା ଅଧିକ କ୍ଷତିକାର ହେବାର ସମ୍ଭାବନା ରହିଥାଏ। ବିଶେଷ କରି ଗର୍ଭାବସ୍ଥାରେ ମହିଳାମାନଙ୍କଠାରେ ଏହି ସମସ୍ୟା ଦେଖାଯାଉଥିବା କହିଛନ୍ତି ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟା।

ଥାଇରଏଡ୍‌ ଜନିତ ସମସ୍ୟା ଓ ଏହାର ନିରାକରଣକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ମଣିଷ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍‌ ହରମୋନ ଉପରେ ନିର୍ଭର କରିଥାଏ। ଏହି ହରମୋନ୍ କ୍ଷରଣରେ ବ୍ୟତିକ୍ରମ ଦେଖାଦେଲେ ଥାଇରଏଡ୍ ସମସ୍ୟା ସୃଷ୍ଟି ହୋଇଥାଏ। ଗର୍ଭାବସ୍ଥା ସମୟରେ ଥାଇରଏଡ୍ ସମସ୍ୟା କିଭଳି ପ୍ରଭାବ ପକାଇଥାଏ ଏବଂ ଏହାର ଚିକିତ୍ସା କେମିତି କରାଯିବ ସେନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟା କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Thyroid #Disease #Pregnancy #DrSunilKumarKota #Treatment

Comment