ଓଡ଼ିଶାଲାଇଭ୍ ବ୍ୟୁରୋ

ଏଏସ୍‌ବିଏମ୍ ବିଶ୍ଵବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଷ୍ଠା ଦିବସ ବକ୍ତୃତା ରଖିଥିଲେ।

ସୁବ୍ରତ ବାଗଚି କହିଥିଲେ ଯେ, “ବିଶ୍ଵର ଶହେଟି ଶ୍ରେଷ୍ଠ ଶିକ୍ଷା ଅନୁଷ୍ଠାନ ଅନ୍ତତଃ ଶହେ ବର୍ଷ ପୂର୍ଣ୍ଣ କରି ସାରିଛନ୍ତି। ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ପାଇଁ ଚାରୋଟି ମୁଖ୍ୟ ଆବଶ୍ୟକ ଆଧାରଶିଳା ରହିଛି। ସେଗୁଡ଼ିକ ହେଲା – ଭୌତିକ, ଡିଜିଟାଲ, ବୌଦ୍ଧିକ ଓ ସର୍ବପରି ଭାବନାତ୍ମକ। ଏଥିମଧ୍ୟରୁ ଭାବନାତ୍ମକ ଆଧାରଶିଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ସମୃଦ୍ଧ କରିବା ପାଇଁ ନିକଟତର ନେତୃତ୍ୱ, ମିମ୍ପ୍ଲେକ୍ସ, ଅବିରତ ବାର୍ତ୍ତାଳାପ, ସହୋଯୋଗୀ ନେଟୱର୍କ, ପ୍ରତିକୂଳ ପରିସ୍ଥିତିରୁ ଶିକ୍ଷା, ଆନୁଷ୍ଠାନିକ ଦୂରଦର୍ଶିତା, ମୂଲ୍ୟବୋଧ ଓ ସ୍ୱତନ୍ତ୍ରତାର ଆବଶ୍ୟକତା ରହିଛି।“

ସୁବ୍ରତ ବାଗଚି ଏଏସ୍‌ବିଏମ୍ ବିଶ୍ଵବିଦ୍ୟାଳୟର ବିଗତ ୧୬ ବର୍ଷରେ ହାସଲ କରିଥିବା ଗୁଣାତ୍ମକ ଉପଲବ୍ଧି ସମୂହର ଭୂୟସୀ ପ୍ରଶଂସା କରିବା ସହ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫେସର ବିଶ୍ୱଜିତ ପଟ୍ଟନାୟକଙ୍କର ଏହି ପ୍ରଚେଷ୍ଟା ପାଇଁ ସାଧୁବାଦ ଜଣାଇଥିଲେ।

କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏହି ଅବସରରେ ସୁବ୍ରତ ବାଗଚିଙ୍କୁ ବିଶ୍ଵବିଦ୍ୟାଳୟର ସ୍ମାରକ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର କଲ୍ୟାଣ ଶଙ୍କର ରାୟ, ଆମନ୍ତ୍ରିତ ବିଶିଷ୍ଟ ଅତିଥି, ଅଧ୍ୟାପକ, ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବିଶ୍ଵବିଦ୍ୟାଳୟ ଛାତ୍ରୀ ଲିସା ସିଂହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #Education #ASBM #ASBMUniversity #FoundationDay #SubratBagchi

Comment