ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମହାଷଷ୍ଠୀ ପୂଜା। ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମାଦୁର୍ଗା। ମହାଷଷ୍ଠୀରେ ଦଶଭୁଜା ମା’ ଆବିର୍ଭାବ ହୋଇଥାନ୍ତି ବୋଲି ବିଶ୍ଵାସ ରହିଛି। ମା’ଙ୍କ ଆଗମନ ପାଇଁ ସମସ୍ତ ପୂଜାମଣ୍ଡପରେ ପ୍ରସ୍ତୁତି ଶେଷ ହୋଇଛି। ଷଷ୍ଠୀଠାରୁ ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ସ୍ଵତନ୍ତ୍ର ପୂଜା ନୀତିର ଆରମ୍ଭ ହୋଇଛି। କୋଭିଡ ମହାମାରୀର ଦୁଇ ବର୍ଷ ପରେ ଚଳିତ ବର୍ଷ କଟକଣା ମୁକ୍ତ ଦଶହରା ପାଳନ କରାଯିବ। ଏଥର ବହୁ ଆଡ଼ମ୍ବରରେ ପୂଜା ପାଳନ ପାଇଁ ଚାଲିଛି ଆୟୋଜନ।

କଟକର ଦୁର୍ଗାପୂଜା ସାରା ରାଜ୍ୟରେ ପ୍ରସିଦ୍ଧ। ହଜାରେ ବର୍ଷ ପୁରୁଣା ଏହି ସହରରେ ମା’ଙ୍କ ପୂଜାକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଚିକିମିକି ଆଲୋକ ସଜାକୁ ସୁଉଚ୍ଚ ତୋରଣରେ କଟକର ଶୋଭା ଆହୁରି ବଢ଼ିଯାଏ। ସୁନାରୁପା ତାରକସୀର ମେଢ଼ରେ ସଜେଇ ହୋଇଥାନ୍ତି ମା’ ଦୁର୍ଗା। ଦୁଇ ବର୍ଷ ପରେ ଭକ୍ତଙ୍କୁ ଦଶହରା ପର୍ବରେ ସାମିଲ ହେବାକୁ ସୁଯୋଗ ମିଳିବ। ଏଥର ଜମିକ କଟକ ଦଶହରା।

କଟକ ପରେ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଦୁର୍ଗା ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷ କରି ଦୁର୍ଗା ପୂଜାରେ ବଡ଼ ବଡ଼ ତୋରଣ ରାଜଧାନୀର ଶୋଭାକୁ ଦ୍ଵିଗୁଣିତ କରିବାକୁ ଯାଉଛି। ଏଥର ରାଜଧାନୀରେ ଭିଡ଼ ବଢ଼ିବାର ସମ୍ଭାବନା ରହିଛି।

Tags: #DurgaPuja #MahaSasthiPuja #Dashera #Festival #Culture

Comment