ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ନୂତନ ଆଇସିୟୁ, ଅକ୍ସିଜେନ ପ୍ଲାଣ୍ଟ ଏବଂ ଥାଇରଏଡି ପରୀକ୍ଷାଗାରର ଲୋକାର୍ପଣ କରିଛନ୍ତି ଜିଲ୍ଲାପାଳ ଭିନିତ ଭରଦ୍ୱାଜ। ଏହା ଦ୍ଵାରା ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହି ମେଡିକାଲ କଲେଜ ହସ୍ପିଟାଲରେ ପୂର୍ବରୁ ଥିବା କାଜୁଆଲିଟି ବିଭାଗ ନୂତନ ମେଡିସିନ ବିଭାଗକୁ ସ୍ଥାନାନ୍ତରିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #Mayurbhanj #PanditRaghunathMurmuMedicalCollegeAndHospital #ICU #OxygenPlant

LEAVE A REPLY

Please enter your comment!
Please enter your name here