ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା। ଆଉ ୩ ମାସ ମିଳିବ ୫ କେଜି ଅତିରିକ୍ତ ଚାଉଳ। ରାଜ୍ୟର ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ମାଗଣା ଚାଉଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆସନ୍ତା ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ମାସ ପର୍ଯ୍ୟନ୍ତ ମୁଣ୍ଡପିଛା ୫ କେଜି ଲେଖାଏଁ ଅତିରିକ୍ତ ଚାଉଳ ପ୍ରଦାନ କରାଯିବ। ଏହା ଦ୍ଵାରା ମୋଟ ୨ ଲକ୍ଷ ୯୨ ହଜାର ପରିବାରର ୯ ଲକ୍ଷ ୫ ହଜାର ହିତାଧିକାରୀ ଉପକୃତ ହେବେ।

ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୪୯ କୋଟି ଟଙ୍କା। ୧୩,୫୭୫ ମେଟ୍ରିକ ଟନ୍ ଚାଉଳ ହିତାଧିକାରୀଙ୍କୁ ଯୋଗାଇବେ ରାଜ୍ୟ ସରକାର।

Tags: #OdishaGovt #FreeRice #CMNaveenPatnaik

Comment