ଓଡ଼ିଶାଲାଇଭ୍ବ୍ୟୁରୋ

ଆଜି ଦୁଇ ମହାନାୟକଙ୍କ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସାରାଦେଶରେ ଗାନ୍ଧିଜୀଙ୍କର ୧୫୩ତମ ଜୟନ୍ତୀ ପାଳନ ହେଉଥିବାବେଳେ ଶାସ୍ତ୍ରୀଜୀଙ୍କର ଏହା ହେଉଛି ୧୧୮ତମ ଜୟନ୍ତୀ।

ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧୀ। ସେ ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ସେହିପରି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଅକ୍ଟୋବର ୨ତାରିଖ ୧୯୦୪ରେ ଜନ୍ମଗ୍ରହଣ କରିଥିଲେ।

ଅହିଂସା ଉପାୟରେ ଦେଶକୁ ସ୍ୱାଧୀନତା ଆଣିଥିବା ମହାନ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ। ତାଙ୍କ ନେତୃତ୍ୱରେ ହିଁ ଦେଶ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇପାରିଥିଲା। ସେହିପରି ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ଦେଶ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା।

ଆଜି ତାଙ୍କର ଜୟନ୍ତୀ ଅବସରରେ ସାରାଦେଶ ଏହି ଦୁଇ ଯୁଗପୁରୁଷଙ୍କୁ ମନେପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।

Tags: #BirthAnniversary #MahatmaGandhi #LalBahadurShastri #Celebration

LEAVE A REPLY

Please enter your comment!
Please enter your name here