ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମହାମାୟା ମା’ ଦୁର୍ଗାଙ୍କର ମହାଷ୍ଟାମୀ ପୂଜା। ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। କୋଭିଡ ମହାମାରୀର ଦୁଇ ବର୍ଷ ପରେ ଧୁମଧାମରେ ପାଳନ କରାଯାଉଛି ଦୁର୍ଗାପୂଜା। ରାଜଧାନୀ ଭୁବନେଶ୍ଵରରେ ମହାମାୟାଙ୍କ ମହାଷ୍ଟମୀ ପୂଜା ପାଳନ କରାଯାଉଛି। ପୂଜାମଣ୍ଡପଗୁଡ଼ିକରେ ବିଶେଷ ବ୍ୟବସ୍ଥା କରାଯାଇଛି। ମା’ଙ୍କ ଆବାହନ ପାଇଁ ସବୁଠି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ଅଷ୍ଟମୀ ବ୍ରତପାଳନ କରୁଥିବା ଭକ୍ତଙ୍କଠାରୁ ଆରମ୍ଭ କରି ସାଧାରଣ ଭକ୍ତଙ୍କ ଭିଡ଼ ପୂଜା ମଣ୍ଡପ ଦେଖିବାକୁ ମିଳିଛି।

ପୂଜାମଣ୍ଡପରେ ମା’ଙ୍କ ଅଷ୍ଟମୀପୂଜା ସ୍ୱତନ୍ତ୍ର ରୀତିନୀତିରେ କରାଯାଉଛି। ସକାଳୁ ମା’ଙ୍କର ସୂର୍ଯ୍ୟ ପୂଜା କରାଯାଇଥିଲା। ଷୋଡ଼ଶ ପୂଜା ଉପଚାର ପରେ ମା’ଙ୍କ ନିକଟରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା। ମହାଷ୍ଟମୀରେ ମା’ ଦୁର୍ଗାଙ୍କର ମହାଗୌରୀ ରୂପକୁ ପୂଜା କରାଯାଏ।

ଭୁବନେଶ୍ୱର, ପୁରୀ, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଆଦି ସହରରେ ଧୁମଧାମର ସହ ଦୁର୍ଗାପୂଜା ପାଳନ କରାଯାଉଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ମଣ୍ଡପ ଦେଖିବାକୁ ରାଜ୍ୟର ଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଭିଡ଼କୁ ଦୃଷ୍ଟିରେ ରଖି ରଖି ପୂଜାମଣ୍ଡପ କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: #DurgaPuja #Mahastami #Festival #Culture #Tradition

Comment