ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ। ଦଶହରା ପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର। ଚଳିତ ବର୍ଷ ଖୁବ ଧୁମଧାମରେ ପୂଜାର ଆୟୋଜନ କରାଯାଇଛି। କୋଭିଡ ପାଇଁ ଦୁଇ ବର୍ଷ ହେଲା ଦଶହରା ପର୍ବକୁ ନିରାଡମ୍ବର ଭାବେ ପାଳନ କରୁଥିବା ଭକ୍ତ ଚଳିତ ବର୍ଷ ପାଳନ କରୁଛନ୍ତି କଟକଣା ମୁକ୍ତ ପୂଜା। ସେଥିପାଇଁ ତ ଗାଁଠାରୁ ସହର ପର୍ଯ୍ୟନ୍ତ ପୂଜାର ଆୟୋଜନ କରାଯାଇଛି। ଆକର୍ଷଣୀୟ ପୂଜା ମଣ୍ଡପ କରାଯାଇ ମା’ଙ୍କ ଆରାଧନା କରାଯାଉଛି। ଭିନ୍ନ ପୂଜାମଣ୍ଡପରେ ସ୍ଵତନ୍ତ୍ର ନୀତିରେ ଚାଲିଛି ମା’ଙ୍କ ପୂଜା।

ଭୁବନେଶ୍ୱର, ପୁରୀ, କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ଆଦି ସହରରେ ଧୁମଧାମର ସହ ଦୁର୍ଗାପୂଜା ପାଳନ କରାଯାଉଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ମଣ୍ଡପ ଦେଖିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। କେବଳ ରାଜଧାନୀର ଭକ୍ତ ନୁହଁନ୍ତି ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତି ରାଜଧାନୀ ଦୁର୍ଗପୂଜାରେ ସାମିଲ ହୋଇଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ରଖି ପୂଜାମଣ୍ଡପ କମିଟି ଏବଂ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବିଜୟା ଦଶମୀରେ ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିଲା। ଆଜିର ଦିନରେ ରାମ ରାବଣକୁ ବଦ୍ଧ କରି ବିଜୟ ଲାଭ କରିଥିଲେ। ଏଥିପାଇଁ ଆଜିର ଦିନକୁ ବିଜୟା ଦଶମୀ ରୂପେ ପାଳନ କରାଯାଏ।

Tags: #DurgaPuja #Dashera #VijayaDashami #Festival #Culture

Comment