ମୀନତି ମହାପାତ୍ର। ପ୍ରଥମ ଓଡ଼ିଆ, ଯିଏ ଓଡ଼ିଶାକୁ ଭେଟି ଦେଇଥିଲେ ଅର୍ଜୁନ ପୁରସ୍କାର। ସେ ଭାରତର ପ୍ରଥମ ମହିଳା ସାଇକେଲିଷ୍ଟ୍ ଭାବେ କ୍ରୀଡ଼ା କ୍ଷେତ୍ରର ଏହି ସମ୍ମାନଜନକ ପୁରସ୍କାର ଅର୍ଜନ କରିଥିଲେ। ମାତ୍ର ୧୨ ବର୍ଷ ବୟସରୁ ସାଇକେଲ ପ୍ରେମରେ ପଡ଼ିଯାଇଥିଲେ ମୀନତି। ଓଡ଼ିଶାର ରାଉରକେଲାରୁ ଆରମ୍ଭ ହୋଇଥିବା ମୀନତିଙ୍କ ସାଇକେଲ ଯାତ୍ରା ଦେଶ ବିଦେଶ ପର୍ଯ୍ୟନ୍ତ ବ୍ୟାପିଥିଲା। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସାଇକେଲିଂ ଇଭେଣ୍ଟରେ ସଫଳ ହୋଇ ଭାରତ ପାଇଁ ଅନେକ ଗୌରବ ସାଉଣ୍ଟିଛନ୍ତି ମୀନତି ମହାପାତ୍ର। ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାରରେ ମୀନତି ତାଙ୍କ ପିଲାବେଳ, ଖେଳ ଜୀବନ, ସ୍ଵପ୍ନ, ସଂଘର୍ଷ, ସାଧନା ଓ ସଫଳତାର କାହାଣୀକୁ ବିସ୍ତୃତ ଭାବେ କହିଛନ୍ତି। ଦେଖନ୍ତୁ ଭିଡିଓ…

Comment