ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସମୟ ପରିବର୍ତ୍ତନ ହେବା ସହ ଲୋକଙ୍କ ଖାଦ୍ୟ ପେୟ ଏବଂ ଜୀବନଶୈଳୀ ମଧ୍ୟ ବଦଳିଛି। ଏହା ପ୍ରଭାବରେ ଅଧିକାଂଶ ଲୋକ ବିଭିନ୍ନ ଶାରୀରିକ ଏବଂ ମାନସିକ ସମସ୍ୟାର ଶିକାର ହେଉଛନ୍ତି। ଆଜିକାଲି କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା ହୋଇ ଉଭା ହୋଇଛି।

କୋଷ୍ଠକାଠିନ୍ୟ ବା ଝାଡ଼ା ସଫା ନହେବା ଏକ ସାଧାରଣ ସମସ୍ୟା, ଯାହା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି। ଯଦି ସପ୍ତାହ ଯାଏଁ ଆପଣଙ୍କର ଝାଡ଼ା ହେଉନି କିମ୍ବା ଝାଡ଼ାରେ ରକ୍ତ ପଡ଼ୁଛି ତେବେ ଏହା ଚିନ୍ତାର ବିଷୟ ହୋଇପାରେ। ତେବେ କୋଷ୍ଠକାଠିନ୍ୟର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା ସମ୍ପର୍କରେ ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ରାକେଶ କୁମାର ବାରିକ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Symptoms #Constipation #Treatment #FoodHabits

Comment