ଓଡ଼ିଶାଲାଇଭ୍ ବ୍ୟୁରୋ

ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କର ସୋମବାର ଦିନ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ହେଲା ସେ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କର ବିୟୋଗ ଘଟିଥିବା ପୁଅ ଅଖିଳେଶ ସିଂ ଯାଦବ ସୂଚନା ଦେଇଛନ୍ତି।

ମୁଲାୟମ ସିଂ ଯାଦବ ମୁତ୍ର ସଂକ୍ରମଣ, ଉଚ୍ଚ ରକ୍ତଚାପ ଏବଂ ନିଶ୍ଵାସ ପ୍ରଶ୍ଵାସ ନେବା ଆଣିବାରେ ସମସ୍ୟା ଯୋଗୁଁ ଚଳିତ ମାସ ୨ ତାରିଖରେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରିଲୋକ ହୋଇଛି। ମଙ୍ଗଳବାର ଦିନ ପୈତୃକ ଗ୍ରାମ ସୈଫଇରେ ମୁଲାୟମ ସିଂ ଯାଦବଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ମୁଲାୟମ ସିଂ ଯାଦବ ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ସେ ୭ ଥର ସଂସଦକୁ ନିର୍ବାଚିତ ମଧ୍ୟ ହୋଇଛନ୍ତି। ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି।

ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜନେତା ତଥା ବିଶିଷ୍ଠ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିଛନ୍ତି।

Tags: #Politics #Politician #MulayamSinghYadav #Death #FormerCMofUP

LEAVE A REPLY

Please enter your comment!
Please enter your name here