ଓଡ଼ିଶାଲାଇଭ୍ ବ୍ୟୁରୋ

ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କର ରାଜନୈତିକ ଯାତ୍ରା ପୁରା ଦମଦାର ଥିଲା। ଶିକ୍ଷକତାରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ମୁଲାୟମ ସିଂ ସଫଳ ରାଜନୈତିକ ଗୋଟି ଚାଳନା କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଚୌକିରେ ବସି ରାଜ୍ୟ ସମ୍ଭାଳି ଥିଲେ।

ଯୁବ ବୟସରେ ମଲ୍ଲଯୋଦ୍ଧା ଭାବେ ପରିଚୟ ସୃଷ୍ଟି କରିଥିବା ମୁଲାୟମ ସିଂ ଯାଦବ ପରବର୍ତ୍ତୀ ସମୟରେ ଶିକ୍ଷକତାରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ପରେ ରାଜନୀତି ପ୍ରତି ତାଙ୍କର ଆଗ୍ରହ ଜାତ ହୋଇଥିଲା। ୧୯୬୭ ମସିହାରେ ସେ ସୋସିଆଲ ପାର୍ଟି ଟିକେଟରୁ ବହୁତ କମ ବୟସରେ ବିଧାୟକ ନିର୍ବାଚିତ ହୋଇଥିଲେ। ଏହା ପରେ ତାଙ୍କ ରାଜନୈତିକ ଜୀବନରେ ଅନେକ ଉତ୍ଥାନ ପତ୍ତନ ଆସିଥିଲେ ମଧ୍ୟ ସେ ଅଟକି ଯାଇନଥିଲେ।

୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ

ମୁଲାୟମ ସିଂ ଯାଦବ ଏପରି ଜଣେ ରାଜନୈତିକ ପୁରୋଧା ଥିଲେ ଯିଏ ଉତ୍ତରପ୍ରଦେଶର ତିନି ତିନି ଥର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। ୮ ଥର ବିଧାୟକ ଏବଂ ୭ ଜଣ ଲୋକସଭା ସାଂସଦ ହୋଇଥିଲେ। କେନ୍ଦ୍ର ସରକାରରେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ପଦ ସମ୍ଭାଳିବାର ଗୌରବ ଅର୍ଜନ କରିଥିଲେ।

ଚାଷୀ ପରିବାରରେ ଜନ୍ମ

ମୁଲାୟମ ସିଂ ଯାଦବଙ୍କର ଜନ୍ମ ୧୯୩୯ ମସିହା ନଭେମ୍ବର ୨୨ ତାରିଖରେ ହୋଇଥିଲା। ଉତ୍ତରପ୍ରଦେଶ ଇଟାବା ଜିଲ୍ଲାର ସୈଫଇ ଗ୍ରାମର ଏକ ଚାଷୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ଉତ୍ତରପ୍ରଦେଶ ହେଉ କିମ୍ବା ଦେଶର ରାଜନୀତି, ମୁଲାୟମ ସିଂ ଯାଦବ ଜଣେ ପ୍ରମୁଖ ନେତା ଭାବେ ଜଣାଶୁଣା। ୧୯୯୨ ମସିହାରେ ମୁଲାୟମ ସିଂ ସମାଜବାଦୀ ପାର୍ଟିର ପ୍ରତିଷ୍ଠା କରିଥିଲେ।

ରାଜନୈତିକ କ୍ୟାରିଅର

  • ୧୯୬୭, ୧୯୭୪, ୧୯୭୭, ୧୯୮୯, ୧୯୯୧,୧୯୯୩ ଏବଂ ୧୯୯୬ ମସିହା ୮ଥର ବିଧାୟକ ଥିଲେ
  • ୧୯୭୭ରେ ଉତ୍ତରପ୍ରଦେଶ ସରକାରରେ ସହକାରୀ ଏବଂ କୃଷି ବିଭାଗ ମନ୍ତ୍ରୀ ରହିବା ସହ ଲୋକଦଳ ଉତ୍ତରପ୍ରଦେଶର ଅଧ୍ୟକ୍ଷ ମଧ୍ୟ ରହିଥିଲେ
  • ୧୯୮୦ ମସିହାରେ ଜନତା ଦଳର ଅଧ୍ୟକ୍ଷ ଥିଲେ
  • ୧୯୮୨-୮୫ ପର୍ଯ୍ୟନ୍ତ ବିଧାନପରିଷଦର ସଦସ୍ୟ ଥିଲେ
  •  ୧୯୮୫-୮୭: ଉତ୍ତରପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ
  • ୧୯୮୯-୯୧:  ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ
  • ୧୯୯୨ରେ ସମାଜବାଦୀ ପାର୍ଟିର ଗଠନ କରିଥିଲେ
  • ୧୯୯୩-୯୫: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ
  • ୧୯୯୬- ସାଂସଦ ଥିଲେ
  • ୧୯୯୬-୯୮: ପ୍ରତିରକ୍ଷା ମନ୍ତ୍ରୀ
  • ୧୯୯୮-୯୯: ଦୁଇଥର ସାଂସଦ ନିର୍ବାଚିତ ହୋଇଥିଲେ
  • ୧୯୯୯ରେ ତୃତୀୟଥର ସାଂସଦ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ ଏବଂ ସମାଜବାଦୀ ପାର୍ଟିର ନେତା ହୋଇଥିଲେ
  • ଅଗଷ୍ଟ ୨୦୦୩ରୁ ମେ’ ୨୦୦୭ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ
  • ୨୦୦୪ରେ ଚତୁର୍ଥ ଥର ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ
  • ୨୦୦୭-୨୦୦୯ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ବିରୋଧୀ ଦଳର ନେତା ଥିଲେ
  • ୨୦୦୯ ମସିହା ମେ’ ମାସରେ ପଞ୍ଚମ ଥର ପାଇଁ ସାଂସଦ ହୋଇଥିଲେ
  • ୨୦୧୪ ମସିହାରେ ଷଷ୍ଠ ଥର ଏବଂ ୨୦୧୯ରେ ସପ୍ତମ ଥର ସାଂସଦ ହୋଇଥିଲେ

ନଥ୍ୟୁ ସିଂ ଥିଲେ ମୁଲାୟମ ସିଂଙ୍କ ରାଜନୈତିକ ଗୁରୁ

ନଥ୍ୟୁ ସିଂଙ୍କୁ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କର ଗୁରୁ ବୋଲି କୁହାଯାଏ। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୧୯୬୭ ମସିହାରେ ନଥ୍ୟୁ ସିଂ ନିଜେ ରାମ ମନୋହର ଲୋହିଆଙ୍କୁ କହି ମୁଲାୟମ ସିଂ ଯାଦବଙ୍କୁ ଜଶବନ୍ତ ନଗର ଆସନରୁ ବିଧାନସଭା ନିର୍ବାଚନ ଲାଗି ଟିକେଟ କରାଇଥିଲେ। ପ୍ରଥମ ଥରରେ ହିଁ ମୁଲାୟମ ସିଂ ଯାଦବ ନିର୍ବାଚନ ଜିତିଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା। ଉତ୍ତରପ୍ରଦେଶର ସର୍ବକନିଷ୍ଠ ବିଧାୟକ ହୋଇଥିଲେ ମୁଲାୟମ ସିଂ।

Tags: #Politics #Politician #MulayamSinghYadav #PoliticalCareer #FormerCM #UttarPradesh

Comment