ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ‘ଓ୍ଵାର୍ଲ୍ଡ ଆର୍ଥ୍ରାଇଟସ୍ ଡେ’। ପ୍ରତିବର୍ଷ ଅକ୍ଟୋବର ମାସ ୧୨ ତାରିଖରେ ପାଳନ କରାଯାଉଛିଓ୍ଵାର୍ଲ୍ଡ ଆର୍ଥ୍ରାଇଟସ୍ ଡେ’ ବା ବିଶ୍ଵ ଗଣ୍ଠିବାତ ଦିବସ। ଗଣ୍ଠିବାତ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଲାଗି ୧୯୯୬ ମସିହାରେ ପ୍ରଥମ ଥର ପାଳନ କରାଯାଇଥିଲା ଓ୍ଵାର୍ଲ୍ଡ ଆର୍ଥ୍ରାଇଟସ୍ ଡେ’।

ବର୍ତ୍ତମାନ ଗଣ୍ଠିବାତ ସମସ୍ୟା ପିଲାଠାରୁ ବୟସ୍କଙ୍କଠାରେ ଦେଖିବାକୁ ମିଳୁଛି। ଏହି ସମସ୍ୟା ଭୋଗୁଥିବା ମଣିଷଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ। ତେବେ ଠିକ୍ ସମୟରେ ଗଣ୍ଠିବାତକୁ ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ବୋଲି କୁହନ୍ତି ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା।

ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ବର୍ତ୍ତମାନ ସାରା ବିଶ୍ୱରେ ଏକ ଜଟିଳ ସମସ୍ୟା ଭାବେ ଦେଖାଦେଇଛି। କୋଟି କୋଟି ଲୋକ ଏହି ରୋଗରେ ପୀଡ଼ିତ ହୋଇ ଯନ୍ତ୍ରଣା ଭିତରେ ଜୀବନ କଟାଉଛନ୍ତି। ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଚିକିତ୍ସା ସମ୍ଭବ। ଗଣ୍ଠିବାତର ଲକ୍ଷଣ, କାରଣ ଏବଂ ଚିକିତ୍ସା ପଦ୍ଧତି ସମ୍ପର୍କରେ କ’ଣ କହୁଛନ୍ତି ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Arthritis #Treatment #Doctor #ArthritisPatients #Rheumatologist

Comment