ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିର ଘୋଷଣା
  • ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି
  • ନିୟମିତ ହେବେ ୫୭ ହଜାର ଯୁକ୍ତିଭିତ୍ତିକ କର୍ମଚାରୀ
  • ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି
  • ଖର୍ଚ୍ଚ ହେବ ୧୩୦୦ କୋଟି ଟଙ୍କା

ଉଚ୍ଛେଦ ହେବ ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା। ଏ ନେଇ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ରାଜ୍ୟ କ୍ୟାବିନେଟରେ ନିଆ ଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଦ୍ଵାରା ରାଜ୍ୟର ୫୭ ହଜାରରୁ ଅଧିକ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଖର୍ଚ୍ଚ ହେବ ୧୩୦୦ କୋଟି ଟଙ୍କା। ଏହି ଖବର ପରେ ଏବେ ଦୀର୍ଘ ଦିନରୁ ଦାବି କରିଆସୁଥିବା ଠିକା କର୍ମଚାରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Tags: #OdishaGovt #CMNaveenPatnaik #ContractualService #PermanentService

Comment