ଓଡ଼ିଶାଲାଇଭ୍ ବ୍ୟୁରୋ

ନବମ ଏବଂ ଦଶମ ଶ୍ରେଣୀ ପାଠ୍ୟକ୍ରମ ପାଇଁ ଆସିଲା ନୂଆ ସିଲାବସ୍। ଏହି ନୂଆ ନିୟମ ୨୦୨୨-୨୩ ଶିକ୍ଷା ବର୍ଷରୁ ଲାଗୁ ହେବ। ଏ ନେଇ ସୋମବାର ଦିନ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷର ପାଠପଢ଼ା ଆରମ୍ଭ ହୋଇଯାଇଥିବାରୁ କେବଳ ନବମ ଶ୍ରେଣୀରେ ଏହି ନୂଆ ସିଲାବସ ଲାଗୁ ହେବ। ଆସନ୍ତା ବର୍ଷଠାରୁ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହି ସିଲାବସ ଅନୁସାରେ ଶିକ୍ଷାଦାନ କରାଯିବ। ପାଠପଢ଼ା ସହ ଶାରୀରିକ ଅଭିବୃଦ୍ଧି ଏବଂ ସମ୍ପୂର୍ଣ୍ଣ ବିକାଶ ନିମନ୍ତେ ଆସ୍ପିରେସନାଲ କମ୍ପୋନେଣ୍ଟ ମାଧ୍ୟମରେ ୪ଟି ଗ୍ରୁପ୍ ଜରିଆରେ ନୂଆ ବିଷୟରେ ପାଠ ପଢ଼ାଯିବ।

ନୂଆ ସିଲାବସରେ ବେସିକ ଆଇଟି ସ୍କିଲସ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲାର ଆକ୍ଟିଭିଟିଜ ଏବଂ ବୁକ୍ ରିଭ୍ୟୁ ସାମିଲ କରାଯାଇଛି। ଚାରିଟି ପର୍ଯ୍ୟାୟରେ ପରୀକ୍ଷା ହେବ ଏବଂ ପ୍ରତି ବିଷୟରେ ୨୫ ମାର୍କ ଲେଖାଏଁ ମୋଟ ୧୦୦ ମାର୍କର ପରୀକ୍ଷା ହେବ।

Tags: #Education #HighSchoolStudent #NewSyllabus #NewSubjects

Comment