ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଛି। ଶେଷରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ବିଜୟୀ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଅଧ୍ୟକ୍ଷ ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେ ୭,୮୯୭ ଖଣ୍ଡ ଭୋଟ ପାଇ ବିଜୟୀ ହାସଲ କରିଛନ୍ତି।

ଗତ ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ନିର୍ବାଚନ ଲଢ଼େଇ ହୋଇଥିଲା। ମୋଟ ୯,୯୧୫ଟି ଭୋଟରୁ ନିର୍ବାଚନରେ ୯,୫୦୦ ଜଣ ଡେଲିଗେଟସ ମତ ସାବ୍ୟସ୍ତ କରିଥିଲେ। ଏହି ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ୭,୮୯୭ ଖଣ୍ଡ ଭୋଟ ମିଳିଥିବାବେଳେ ଶଶି ଥରୁରଙ୍କ ସପକ୍ଷରେ ଯାଇଥିଲା ମାତ୍ର ୧,୦୭୨ ଖଣ୍ଡ ଭୋଟ।

ଖଡଗେ ଅଧ୍ୟକ୍ଷ ପଦବୀ ଜିତିବା ପରେ କଂଗ୍ରେସ ଶିବିରରେ ଉତ୍ସବ ପାଳନ କରାଯାଇଛି। ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Tags: #Politics #IndianPolitics #Congress #CongressPresidentElection #MallikarjunKharge

Comment