ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳି। ଦୀପାବଳି ପାଇଁ ଗାଁଠୁ ସହର ହୋଇଉଠିଛି ଉତ୍ସବମୁଖର। କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ଭଲ ଭାବେ ଦୀପାବଳି ପାଳନ କରିପାରି ନଥିଲେ ରାଜ୍ୟବାସୀ। କିନ୍ତୁ ଏ ବର୍ଷ ଧୁମଧାମରେ ଦୀପାବଳି ପାଳନ ପାଇଁ କରିଛନ୍ତି ବଡ଼ ଆୟୋଜନ।

ଘରଠାରୁ ଦୂରରେ ରହିଥିବା ସଦସ୍ୟମାନେ ଦୀପାବଳି ଉତ୍ସବରେ ସାମିଲ ହେବା ଲାଗି ଘରକୁ ଆସିଛନ୍ତି। ଘରେ ଘରେ ଜମିଛି ପିଠାପଣାର ଆସର। ଘରକୁ ଦୀପାବଳିରେ ବନ୍ଧୁ ବାନ୍ଧବଙ୍କ ଆସର ମଧ୍ୟ ଜମିଥାଏ। ଆଜିର ଦିନରେ ବଡ଼ ବଡ଼ୁଆଙ୍କୁ ଡକାଯାଇଥାଏ।

ଦୀପାବଳିର ମୁଖ୍ୟ ଆକର୍ଷଣ କୁହାଯାଉଥିବା ବାଣ ଫୁଟାଇବାକୁ ଦୁଇ ବର୍ଷ ପରେ ପୁଣି ସୁଯୋଗ ଆସିଛି। ଲୋକଙ୍କ ଚାହିଦାକୁ ଦେଖି ବଜାରରେ ଭିନ୍ନ ଭିନ୍ନ ବାଣ ମିଳୁଥିବାରୁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଘରକୁ ବାଣ କିଣି ଆଣିଛନ୍ତି। ଚଳିତ ବର୍ଷ ବଜାରରେ ବିକ୍ରି ହୋଇଥିବା ସୁନ୍ଦର ସୁନ୍ଦର ଦୀପକୁ ସଜାଇ ଅନ୍ଧାର ଦୂର କରି ଆଲୋକକୁ ସ୍ଵାଗତ କରିଛନ୍ତି ରାଜ୍ୟବାସୀ।

Tags: #Deepavali #Tradition #Celebration #Culture #Diya

Comment