ଓଡ଼ିଶାଲାଇଭ୍ ବ୍ୟୁରୋ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଦିନ ୧ଟା ସୁଦ୍ଧା ୩୮.୭୫ ପ୍ରତିଶତ ମତଦାନ କରିଛନ୍ତି ଧାମନଗର ଭୋଟର। ଏହା ପୂର୍ବରୁ ଦିନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ କରୁଛନ୍ତି ଧାମନଗରର ମୋଟ ୨,୩୮,୪୧୭ ଜଣ ଭୋଟର। ଏମାନଙ୍କ ମଧ୍ୟରେ ରହିଛନ୍ତି ୧,୨୩,୩୮ ଜଣ ପୁରୁଷ ଏବଂ ୧,୧୫,୩୪୬ ମହିଳା ଭୋଟର।

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମୋଟ ୨୫୨ଟି ବୁଥରେ ମତଦାନ ଚାଲିଛି। ମୋଟ ୧୧୦ଟି ଉତ୍ତେଜନା ପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ୬୦ଟି ସମ୍ବେଦନଶୀଳ ଏବଂ ୫୦ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଏହି ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହା ସହିତ ୧୫ଟି ମଡେଲ ବୁଥ ଏବଂ ୫ଟି ପିଙ୍କି ବୁଥ୍ କରାଯାଇଛି।

ଶୃଙ୍ଖଳାର ସହ ମତଦାନ କାର୍ଯ୍ୟ ପରିଚାଳନା ନିମନ୍ତେ ୧ ହଜାରରୁ ଅଧିକ ପୋଲିସ କର୍ମଚାରୀ, ୪ କମ୍ପାନି କେନ୍ଦ୍ରୀୟ ଫୋର୍ସ ଏବଂ ୨୨ ପ୍ଲାଟୁନ୍ ଷ୍ଟେଟ ଆର୍ମଡ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Tags: #Politics #OdishaPolitics #DhamnagarByelection #Voting

LEAVE A REPLY

Please enter your comment!
Please enter your name here