ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୨୪ ତାରିଖରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଷୋଡ଼ଶ ବିଧାନସଭାର ୧୧ତମ ଅଧିବେଶନ ପାଇଁ ଏହି ଘୋଷଣା କରାଯାଇଛି। ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିବା ନେଇ ସ୍ଥିର ହୋଇଛି।

ଆସନ୍ତା ନଭେମ୍ବର ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆସନ୍ତା ଡିସେମ୍ବର ୨ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବା ନେଇ ସୂଚନା ରହିଛି। ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଆସିବାର ସମ୍ଭାବନା ରହିଛି।

Tags: #OdishaAssembly #WinterSission #OdishaParliamentaryAffairs

LEAVE A REPLY

Please enter your comment!
Please enter your name here