ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋଲିଲା ସିଲ ହୋଇଥିବା ଇଭିଏମ ମେସିନ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ରୁ ଆରମ୍ଭ ହୋଇଛି ଭୋଟ ଗଣତି। ଭଦ୍ରକ ସଂସ୍କୃତି ଭବନରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି। ୧୪ଟି ଟେବୁଲରେ, ୧୮ ରାଉଣ୍ଡରେ ଗଣତି କରାଯିବ। ଚତୁର୍ଥ ରାଉଣ୍ଡ ଗଣତି ସରିଥିବାବେଳେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୧୮,୧୮୧ ଭୋଟରେ ଆଗୁଆ ଅଛନ୍ତି।

ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଛି। ଗଣତି ନିମନ୍ତେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ଟେବୁଲରେ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବଜର୍ଭର ମୁତୟନ ଅଛନ୍ତି।

ନଭେମ୍ବର ୩ ତାରିଖରେ ହୋଇଥିଲା ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ମୋଟ ୨୫୨ଟି ବୁଥରେ ମତଦାନ କରିଥିଲେ ଧାମନଗର ଭୋଟର। ଏହି ଉପନିର୍ବାଚନରେ ୬୮.୯୮ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ।

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଏବଂ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ମଧ୍ୟରେ ହୋଇଥିଲା ନିର୍ବାଚନ ଲଢ଼େଇ। ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡ଼ିବ କିଏ ଜିତିବ ଧାମନଗର ବିଧାନସଭା ଉପନିର୍ବାଚନ।

Tags: #Politics #OdishaPolitics #DhamnagarByElection #Voting

Comment