ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ଧାମନଗର ବିଧାନସଭା ଉପନିର୍ବାଚନ, ଏବେ ପଦ୍ମପୁର ଉପନିର୍ବାଚନ ଲାଗି ଚାଲିଛି କସରତ। ଧାମନଗରରେ ବିଜେପିର ବିୟଜ ପରେ ଏବେ ପଦ୍ମପୁର ଆସନ ଜିତିବାକୁ ଆଶା ବାନ୍ଧିଛି ବିଜେପି। ଏହି ଉପନିର୍ବାଚନରେ ବିଜେପିର ପୋଷ୍ଟର ବୟ ହେବେ ଧାମନଗରର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ।

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚର କରିବେ ଧାମନଗରର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବାଂଶୀ ସୂରଜ। ବିଜେପିର ପୋଷ୍ଟର ବୟ ହୋଇ ପଦ୍ମପୁର ଭୋଟରଙ୍କୁ ଆକୃଷ୍ଟ କରିବେ ସୂରଜ। ଧାମନଗର ଭଳି ଘରକୁ ଘର ବୁଲି ପ୍ରଚାର କରିବେ ବୋଲି କହିଛନ୍ତି ଧାମନଗରର ନୂଆ ବିଧାୟକ।

ପଦ୍ମପୁର ବିଜୟ ପାଇଁ ବିଜେପି ତିନି ଜଣ ବରିଷ୍ଠ ନେତାଙଙ୍କୁ ପ୍ରଥମ ପର୍ଯ୍ୟାୟରେ ଦାୟିତ୍ଵ ଦେଇଛି। ଏହି ନେତାମାନେ ହେଲେ ବସନ୍ତ ପଣ୍ଡା, ସୁରେଶ ପୂଜାରୀ ଏବଂ ଜୟନାରାୟଣ ମିଶ୍ର। ମଙ୍ଗଳବାର ଦିନ ବିଜେଡି ୬ ଜଣ ମନ୍ତ୍ରୀଙ୍କୁ ପଦ୍ମପୁର ଦାୟିତ୍ଵ ବାଣ୍ଟି ଥିଲା। ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପିର ବିଜୟ ପରେ ଏବେ ପଦ୍ମପୁରରେ ପଦ୍ମ ଫୁଟାଇବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ।

ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ପଦ୍ମପୁର ଉପନିର୍ବାଚନ ଲାଗି ମତଦାନ। ନଭେମ୍ବର ୧୦ ତାରିଖରେ ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ନଭେମ୍ବର ୧୭ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ନଭେମ୍ବର ୧୮ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୧ ତାରିଖରେ ପ୍ରାର୍ଥିପତ୍ର  ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଡିସେମ୍ବର ୫ ତାରିଖରେ ମତଦାନ ହେବ ଏବଂ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଗତ ଅକ୍ଟୋବର ୩ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ତାଙ୍କ ବିୟୋଗ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ଲାଗି ନିର୍ବାଚନ ହେବ।

ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୧୯୯୫ ଜନତା ଦଳ ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୦, ୨୦୦୯ ଏବଂ ୨୦୧୯ ମସିହାରେ ବିଜୟ ରଞ୍ଜନ ସଂ ବରିହା ବିଜୁ ଜନତା ଦଳ ଟକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ଆଦିବାସୀ/ହରିଜନ କଲ୍ୟାଣ ବିଭାଗ (କ୍ୟାବିନେଟ) ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Tags: #Politics #OdishaPolitics #PadampurByelection #Election #BJD #BJP #Congress

Comment