ଓଡ଼ିଶା ଲାଇଭ୍ ବ୍ୟୁରୋ

nirav modi

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ (ପିଏନବି) ମହାଘୋଟଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କୁ ବଡ଼ ଝଟକା। ନିଜର ଭାରତ ପ୍ରତ୍ୟର୍ପଣ ବିରୋଧରେ ବ୍ରିଟେନର ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଏଥିରେ ଭାରତକୁ ମିଳିଛି ବଡ ସଫଳତା।

ବ୍ରିଟେନ ହାଇକୋର୍ଟ ପୂର୍ବରୁ ୱେଷ୍ଟମିନିଷ୍ଟର କୋର୍ଟ ପ୍ରତ୍ୟର୍ପଣ ସପକ୍ଷରେ ଦେଇଥିବା ରାୟକୁ ଠିକ୍ ବୋଲି ଦର୍ଶାଇଛନ୍ତି। ଭାରତ ଯାଇ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ କହିଛନ୍ତି। ନୀରବ ଭାରତର ଜେଲ ଗୁଡିକରେ ଭଲ ବ୍ୟବସ୍ଥା ନଥିବା ଦର୍ଶାଇ ହାଇକୋର୍ଟରେ ଆବେଦନ କରିଥିଲେ।

ଏବେ ନିରବଙ୍କ ଟିମ୍ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ବ୍ରିଟେନର ସୁପ୍ରିମକୋର୍ଟରେ ଆବେଦନ କରିବେ। ଏଥିପାଇଁ ତାଙ୍କୁ ହାଇକୋର୍ଟରୁ ଅନୁମତି ନେବାକୁ ହେବ।

ଭାରତ ଖୁବଶୀଘ୍ର ନୀରବ ମୋଦୀଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବ। ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ୨୦୧୮ ମସିହାରେ ସ୍ଵତନ୍ତ୍ର ପିଏମଏଲଏ କୋର୍ଟ ଅପରାଧୀ ଘୋଷଣା କରିଥିଲେ।

ନୀରବ ଓ ତାଙ୍କ ସମ୍ପର୍କୀୟ ମାମୁଁ ମେହୁଲ ଚୋକସି ପିଏନବିରୁ ୧୩ ହଜାର କୋଟିର ଋଣ ନେଇ ଏହାକୁ ସୁଝି ନଥିଲେ। ଏହି ଘୋଟାଲା ସାମନାକୁ ଆସିବା ପରେ ଉଭୟ ନୀରବ ଓ ମେହୁଲ ଭାରତରୁ ଫେରାର ହୋଇଯାଇଥିଲେ। ଏହି ମହାଘୋଟଲା ସେତେବେଳେ ସମଗ୍ର ଭାରତରେ ଚହଳ ପକାଇଥିଲା।

Tags: #NiravModi #BritainHighCourt #PleaREjected #India #PunjabNationalBank

Comment