ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁକ୍ରେନ୍‌ରେ ମେଡିକାଲ ପାଠପଢା ଅଧାରୁ ଛାଡ଼ିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ରୁଷ ଆସି ପାଠପଢ଼ା ସାରିବାକୁ ରୁଷ ସରକାର ପ୍ରସ୍ତାବ ଦେଇଛନ୍ତି। ଚେନ୍ନାଇରେ ରୁଷର ବାଣିଜ୍ୟିକ ଦୂତ ଓଲେଗ ଅବଦିଭ ଏହା କହିଛନ୍ତି।

ଓଲେଗ ଅବଦିଭ କହିଛନ୍ତି ଯେ, “ୟୁକ୍ରେନ୍ ଛାଡ଼ିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ରୁଷ ଆସି ସେମାନଙ୍କର ଶିକ୍ଷା ଜାରି ରଖିପାରିବେ। ରୁଷରେ ମେଡିକାଲ ପାଠ୍ୟକ୍ରମ ୟୁକ୍ରେନ୍ ସହ ପାଖାପାଖି ସମାନ। ଅନେକ ଛାତ୍ରଛାତ୍ରୀ ରୁଷର ଭାଷା ମଧ୍ୟ ଜାଣନ୍ତି। ସେମାନେ ରୁଷ ପାଠପଢ଼ିବାକୁ ଆସିଲେ ସେମାନଙ୍କୁ ସ୍ୱାଗତ କରାଯିବ ବୋଲି ସେ କହିଛନ୍ତି।”

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିବାରୁ ୟୁକ୍ରେନ୍‌ରେ ପାଠ ପଢ଼ୁଥିବା ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଅଧାରୁ ପାଠପଢା ଛାଡିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି।

ଓଡ଼ିଶାରୁ ମଧ୍ୟ ଅନେକ ମେଡିକାଲ ଛାତ୍ରଛାତ୍ରୀ ୟୁକ୍ରେନ୍ ଛାଡ଼ିଥିଲେ। ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ବିଶେଷ ଅଭିଯାନ ଆରମ୍ଭ କରିଥିଲେ।

ଅନେକ ସମୟରେ ଏହି ଛାତ୍ରଛାତ୍ରୀ ସେମାନଙ୍କର କଥା ବୁଝିବାକୁ ସରକାରଙ୍କ ନିକଟରେ ଦାବି କରୁଥିବା ଦେଖିବାକୁ ମିଳୁଛି। ତେବେ ସେମାନଙ୍କର ପାଠପଢ଼ା ନେଇ କିଛି ସମାଧାନର ବାଟ ବାହାରି ପାରି ନାହିଁ। ଏଭଳି ପରିସ୍ଥିତିରେ ରୁଷ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ସେମାନଙ୍କ ମନରେ ଉତ୍ସାହ ଆଣିପାରେ।

Tags: #MedicalStudent #Russia #Ukraine #India #MedicalCollege

LEAVE A REPLY

Please enter your comment!
Please enter your name here